April 29, 2026

ପୁରୀ ରଙ୍ଗଶାଳା ପକ୍ଷରୁ ଚାରିଦିନ ଧରି ନାଟକ ମହୋତ୍ସବ ଅନୁଷ୍ଠିତ

IMG-20260227-WA0000
Share

 

ପ୍ରଥମ ଦିନ ନାଟକ ମାଧ୍ୟମରେ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାର ପରିଣତି ହିଁ ଦେଖା ଦେଇଛି। ଯେଉଁ ବ୍ୟବସ୍ଥା ରେ ପିଲାମାନେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ଥରରେ ପାଠ ପଢୁଛନ୍ତି, ସେଥିରେ ସେମାନଙ୍କ ସୃଜନଶୀଳତାକୁ ପ୍ରୋତ୍ସାହନ ଦିଆଯାଉଛି ନା ସେମାନଙ୍କ ବିଦ୍ୟାକୁ ସୀମିତ କରିଦିଆଯାଉଛି? ବ୍ରେନ ପ୍ରକୃତ ରେ କିଛି ଗେନ୍‌ କରୁଛି ନା ବ୍ରେନ୍‌ କୁ ଡ୍ରେନ କରିଦିଆଯାଉଛି। ଏକ ପ୍ରକାର ଫିଡିଙ୍ଗ ସିଷ୍ଟମ ରେ ଆମର ପାଠପଢା ଚାଲିଛି। ଚିନ୍ତା କରନ୍ତୁ ତ ଏ ବ୍ୟବସ୍ଥାରେ ଶହେ ଜଣ ଶୁକ ପକ୍ଷୀତ ବାହାରି ପାରିବେ ହେଲେ ଜଣେ ଶୁକ ମୁନୀ ବାହାରି ପାରିବେ କି? ନାଟକର ନାୟକ ମିଷ୍ଟର ଡଟ୍ କମ୍ ଜଣେ ଟିଉସନ ମାଷ୍ଟର। କମ୍ପ୍ୟୁଟର ସଫ୍ଟୱେର ବ୍ୟବହାର କରି ଗୋଟିଏ ଅଟୋମେଟିକ ଫିଡିଙ୍ଗ ସିଷ୍ଟମ ବାହାର କରିଛନ୍ତି।ଫଳରେ ପାଠ ନପଢି ମଧ୍ୟ ଜଣଙ୍କ ବ୍ରେନରେ ଯେକୌଣସି ବିଷୟ ଲୋଡ୍‌ କରିଦିଆଯାଇପାରିବ। ତାଙ୍କ କୋଚିଙ୍ଗ ସେଣ୍ଟର ତ ଚାଲିଛି କିନ୍ତୁ ଏପରି ଏକ ସମୟ ଆସିଛି ଯେଉଁଠି ମିଷ୍ଟର ଡଟକମ ବାଧ୍ୟ ହୋଇଛନ୍ତି ଏକ ବିପଦଜନକ ବ୍ରେନ ତିଆରି କରିବା ପାଇଁ। ସେଠି ମିଷ୍ଟର ଡଟକମ ଅନୁତାପ କରିଛନ୍ତି ଓ ଉପଲବ୍ଧି କରିଛନ୍ତି ଯେ, ଆଲ୍ଳାଦିନ ର କୁହୁକ ଦିପ ସଇତାନ ହାତରେ ପଡ଼ିଯାଏ ତେବେ ବିପଦ ସୁନିଶ୍ଚିତ। ଦେଶ କୁ ରକ୍ଷା କରିବାକୁ ହେଲେ ଏପରି ବିପଦଜନକ ମେସିନ କୁ ଧ୍ବଂସ କରିବାକୁ ହେବ। ଯେଉଁ ଦେଶ ରେ ବିଦ୍ୟା ର ଦେବତା ଗଣେଶ ଓ ଅଧିଷ୍ଠାତ୍ରୀ ଦେଵୀ ସରସ୍ବତୀ ଅଛନ୍ତି ସେଠି ଏପରି ମେସିନର ଆବଶ୍ୟକତା ନାହିଁ। ଏହାହିଁ ହେଉଛି ନାଟକର ବାର୍ତା। ଅଭିନୟ ରେ ବିକ୍ରମ କୁମାର ବିକ୍ରମ  ବରାଳ, ବିକାଶ, ଗୋପୀନାଥ ପୂଜାପଣ୍ଡା, ଗୌରୀରଞ୍ଜନ  ବାରିକ, ସଂଗ୍ରାମ କେଶରୀ ଦାସ ,  ଆତ୍ରେୟ କୁମାର ମଲ୍ଲିକ,ମନୋରଞ୍ଜନ ଜେନା,ପୂର୍ଣଚନ୍ଦ୍ର ଦାସ, ଆଶିଷ ବେହେରା, ଓମ ପ୍ରକାଶ ଦାସ, ଜଗନ୍ନାଥ ଦାସ ଏବଂ ମଧୁସ୍ମିତା  ସାହୁଙ୍କ ସହିତ ସଂଗୀତ ବୃନ୍ଦାବନ ସାହୁ,ମଞ୍ଚ ଶରତ ମହାନ୍ତି ଆଲୋକ ବେଣୁଧର ମାପିସ୍ତ,ରଚନା ଡଃ. ସଞ୍ଜୟ ହାତୀ,

ନିର୍ଦ୍ଦେଶନା ବିକ୍ରମ କୁମାର ସାହୁ

ସହଯୋଗୀ ଦେବାଶିଷ ସିଂ ଙ୍କ ସହିତ ଆଶିଷ ବେହେରା, ଓମ ପ୍ରକାଶ ଦାସ, ସ୍ଵାତିଶ୍ରୀ ପରିଡା, ଅଙ୍କିତା ଦାସ, ଅବିନାଶ ସାହୁ, ସୁମିତ୍ରା ବେହେରା, ମଧୁସ୍ମିତା ସାହୁ

16 ତମ ଜାତୀୟ ନାଟ୍ୟ ମହୋତ୍ସବ ର ସଭାପତି ଗିରିଶ ଚନ୍ଦ୍ର ନାୟକ ଓ ସମ୍ପାଦକ ବିକ୍ରମ କୁମାର ସାହୁ ଓ ପ୍ରଥମ ସନ୍ଧ୍ୟା ରେ ଆଜିର ମୁଖ୍ୟ ଅତିଥି : ପୁରୀ ର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ

ମୁଖ୍ୟ ବ୍ୟକ୍ତା ରାଜକିଶୋର ପାତ୍ର

ସଂମ୍ମାନିତ ଅତିଥି : ଓଡ଼ିଆ ଚଳଚିତ୍ର ଜଗତ ର ହରିହର ମହାପାତ୍ର, ଶ୍ରୀଯୁକ୍ତ ଲିଙ୍କୁନ ଚୌଧୁରୀ, ଶ୍ରୀଯୁକ୍ତ ଶ୍ରୀକଣ୍ଠ ମିଶ୍ର ଓ କଣ୍ଠ ଶିଳ୍ପୀ ଶ୍ରୀଯୁକ୍ତ ସରୋଜ ଜେନା ଓ ଅନାନ୍ୟ ଅତିଥି ମନେ ଯୋଗଦେଇ ମଞ୍ଚକୁ ଗୌରବାନିତ କରିଥିଲେ ଓ ସୁଶ୍ରୀ ମୌଳିକାନ୍ତ ମିଶ୍ର ଆଜିର ପ୍ରଥମ ସନ୍ଧ୍ୟା କୁ ଖୁବ ସୁନ୍ଦର ଭାବେ ମଞ୍ଚରେ ପରିଚାଳନା କରିଥିଲେ

ଓ ପ୍ରଥମ ସନ୍ଧ୍ୟା ରେ ରଙ୍ଗଶାଳା ତରଫରୁ ରଙ୍ଗ କର୍ମୀ ସଂମ୍ମାନ ରେ ଶ୍ରୀଯୁକ୍ତ ଦିଲ୍ଲୀସ୍ୱର ମହାରଣା ଙ୍କୁ ସଂମ୍ମାନିତ କରାଯାଇଥିଲା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed