April 25, 2026

କୋଟପାଡରେ ଭିବି ଜି ରାମ ଜି ଯୋଜନାକୁ ନେଇ ସଚେତନତା ସଭା 

IMG-20260226-WA0037
Share

କୋଟପାଡ ଦଶହରା ପଡିଆ ଠାରେ ବିକଶିତ ଭାରତ (ଗ୍ୟାରେଣ୍ଟି) ରୋଜଗାର ଏବଂ ଜୀବିକା ମିଶନ ( ଗ୍ରାମୀଣ) ନୂତନ ଯୋଜନାକୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଯୋଜନା ସଂପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ କୋଟପାଡ ବିଧାୟକ ରୂପୁ ଭତ୍ରା ଯୋଗଦେଇ ନୂତନ ଯୋଜନାରେ ଗ୍ରାମାଞ୍ଚଳର ଲୋକ ମାନଙ୍କ ନିମନ୍ତେ ନିଶ୍ଚିତ ଭାବେ ରୋଜଗାର ଯୋଗାଇ ଦେବାକୁ ଆଇନ ପ୍ରଣୟନ କରାଯାଇଥିବା ଉଲ୍ଲେଖ ରହିଛି ବୋଲି ଉପସ୍ଥିତ ଲୋକମାନଙ୍କ ନିକଟରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୋଟପାଡ ବ୍ଲକ ଅଧ୍ୟକ୍ଷା କମଳା ଭତ୍ରା,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ପାନୀୟ ଜଳ ଯୋଗାଣ ଅଧିକ୍ଷଣ ଯନ୍ତ୍ରୀ ଜଗନ୍ନାଥ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଗିରଲା ଠାରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା କଲ୍ୟାଣ ମଣ୍ଡପ ର ମନ୍ତ୍ରୀ ଶ୍ରୀ ନାୟକଙ୍କ ଦ୍ବାରା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି।ଏଥି ସହ ୮୩ ଗୋଟି ସ୍ବୟଂ ସହାୟକ ମହିଳା ଗୋଷ୍ଠୀ ଙ୍କୁ ୪ କୋଟି ୪୩ ଲକ୍ଷ ୫୮ ହଜାର ଟଙ୍କାର ଋଣ ପ୍ରଦାନ ନିମନ୍ତେ ଚେକ ବଣ୍ଟନ କରାଯାଇଥିଲା।କୋଟପାଡ ବିଡିଓ ସନ୍ଧ୍ୟା ସାମର୍ଥ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର

You may have missed