June 16, 2026

ମାଆ ଶ୍ୟାମାକାଳୀଙ୍କୁ ପୂଜାର୍ଚନା ପରେ ଦେବସ୍ନାନ କରାଗଲା..

IMG-20260225-WA0048
Share

 

 

ବେଲଗୁଣ୍ଠା, ୨୫/୦୨, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ତନରଡା ଗ୍ରାମରେ ମାଆ ଶ୍ୟାମାକାଳୀଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ୪୮ ପ୍ରହର ଅଖଣ୍ଡ ନାମ ଯଜ୍ଞ,ଅନ୍ନ ଯଜ୍ଞ,ଗୋ ଯଜ୍ଞ, ଘୃତ ଯଜ୍ଞ,ପଞ୍ଚ କୁଣ୍ଡିୟ ମହା ଯଜ୍ଞ ପାଞ୍ଚ ଦିନ ହେଲା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଆଜି ମାଙ୍କୁ ଦିନ ଏଗାର ଘଣ୍ଟା ତିରିଶ ମିନଟ ସମୟରେ ହୋମଯଜ୍ଞ ପୂଜାପାଠ ପରେ ଦେବସ୍ନାନ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗ୍ରାମରେ ମୀନା ବଜାର, ରାମ ଦୋଳି, ଟୋରାଟୋରା,ଡିସ୍କୋ ଭଳି ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଓ ଅପେରା କାଯ୍ୟକ୍ରମ ଚାଲୁରହିଛି l ବିଭିନ୍ନ ଖାଦ୍ୟ ଷ୍ଟଲ୍ ଏବଂ ଦୋଳି ନିକଟରେ ଲୋକମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି I ସେହିପରି ମନ୍ଦିରର ସାଜସଜ୍ଜା, ଆକର୍ଷଣୀୟ ଶବ୍ଦ, ଆଲୋକ ମାଳାରେ ଗ୍ରାମ ଝଲସି ଉଠୁଛି I ଗତ କୋଡିଏ ତାରିଖରୁ ଆରମ୍ଭ ହୋଇଥିବା ଯଜ୍ଞ କାର୍ଯ୍ୟକ୍ରମରେ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରୁଛନ୍ତି I ଆଜି ସନ୍ଦ୍ୟା ସାତଟା ରେ ମା ଙ୍କ ଆରତୀ ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା l ଆସନ୍ତା କାଲି ବେଦପାଠ ହୋମ ହେବାପରେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ରୁ ଅଣାଯାଇଥିବା ମାଙ୍କ ପିତଳ ମୂର୍ତ୍ତିକୁ ନଗର ପରିକ୍ରମା ପରେ ଗୃହ ପ୍ରବେଶ କରାଯାଇ ସିଂହାସନ ଆରୋହଣ କରାଯିବ ବୋଲି ଜଣାପଡିଛି l ଏହି କାଯ୍ୟକ୍ରମ ରେ ବହୁ ବିଶିଷ୍ଟ ପଣ୍ଡିତ ମଣ୍ଡଳୀ ଯୋଗଦେଇଛନ୍ତି l

 

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ

You may have missed