ଆଜିର ଖବର..
୧-ସରିଲା ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ; ମୁଖ୍ୟମନ୍ତ୍ରୀଙ୍କ କଡ଼ା ଟାର୍ଗେଟ, ଚାଷୀଙ୍କ ନାଁରେ ହୀନ ରାଜନୀତି କରି ଗୃହ ଚଲେଇ ଦେଉନାହାନ୍ତି ବିରୋଧୀ।
୨-ସଚିବ, ଜିଲ୍ଲାପାଳଙ୍କୁ ମନ୍ତ୍ରୀଙ୍କ ଚିଠି: ନୂଆ ବିଶ୍ବ ବିଦ୍ୟାଳୟ ଇଂଞ୍ଜିନିୟରିଂ କଲେଜ ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ କର
୩-କଟକ:ଅପରେସନ ସାଇବର କବଚ; ୯ ହଜାର ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୨୦୦ ଗିରଫ।
୪-ଚାଷୀ ସୁରକ୍ଷା ସମାବେଶରେ ନବୀନଙ୍କ ନିଶାଣ:ସେବା ଦିଅ, ପ୍ରବଚନ ନୁହେଁ, ସମସ୍ୟା ସମାଧାନ ନ ହେଲେ ସରକାରଙ୍କର ନିଦ ହଜିଯିବ।
୫-ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ, ସୂଚନା ଦେଲେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ।
୬-ପୁରୀ: ଶ୍ରୀମନ୍ଦିରର ରତ୍ନ ଅଳଙ୍କାର ଗଣତି ପାଇଁ ୧୪ ପୃଷ୍ଠାର ଏସଓପି, ନିଯୁକ୍ତ ହେବେ ୨ଟି ଟିମ୍।
୭-ଚାଷୀ ଓ ମଣ୍ଡି ସମସ୍ୟାକୁ ନେଇ ବିରୋଧୀଙ୍କ ହଲ୍ଲାବୋଲ; ଲୋୟର ପିଏମ୍ଜିରେ ବିଜେଡି, ଗୃହରେ ଘେରିଲା କଂଗ୍ରେସ।
୮-ବାରିପଦାରୁ ଭୁବନେଶ୍ଵର ଏୟାର ଟ୍ୟାକ୍ସି ସେବା, ମାର୍ଚ୍ଚ ପ୍ରଥମ ସପ୍ତାହରୁ ହେବ ଆରମ୍ଭ।
୯-ଦିନରେ ଖରା ଓ ସାମାନ୍ୟ ଗୁଳୁଗୁଳି, ସନ୍ଧ୍ୟାରେ ରାଜଧାନୀରେ ପ୍ରବଳ ବର୍ଷିଲା, ହୋଡିଂ ଭୁଶୁଡି ୩ ଆହତ।
୧୦-ଶୈଳବାଳା ମହିଳା କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି : ଜିଦରେ ଅଟଳ ଛାତ୍ରୀ।
୧୧-ଓଡ଼ିଶା ବଜାରରେ ଭେଜାଲ୍ ଖାଦ୍ୟ ହାଉ ଜାଉ, ପିଉଥିବା ପାଣି ବି ଅନସେଫ୍।
୧୨-ଶିଶୁପାଳ ଗଡ଼ ସୁପର ମାର୍ଟ ଅଘଟଣ:୨୩ ଘଣ୍ଟା ଜଳିଲା,୫ କୋଟି ସ୍ଵାହା,ନ ଥିଲା ଅଗ୍ନି ନିରାପତ୍ତା।
୧୩-ହାଇଦ୍ରାବାଦ,ବାପୁନଗର:ପ୍ରଥମେ ବାପା ମାଆ, ପରେ ଜୀବନ ହାରିଲା ୨୪ ବର୍ଷୀୟ ପୁଅ, କାରଣ ଅସ୍ପଷ୍ଟ।
୧୪-ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଟି-୨୦ ବିଶ୍ଵକପ୍ ମଝିରେ ଦଳ ଛାଡ଼ି ଘରକୁ ଫେରିଲେ ଷ୍ଟାର କ୍ରିକେଟର ରିଙ୍କୁ ସିଂ।
୧୫-IPL ପୂର୍ବରୁ ବଦଳିଲା ଲକ୍ଷ୍ନୌ ଲୋଗୋ।ଏହି ନୂତନ ପ୍ରତୀକରେ ତିନୋଟି ଶକ୍ତିଶାଳୀ ଗରୁଡ଼, ମୁକୁଟ ଏବଂ ହାତୀକୁ ଏକାଠି କରାଯାଇଛି।
୧୬-ମହିଳା ଟି୨୦ ବିଶ୍ବ କପ୍, ଇଂଲଣ୍ଡ -ଶ୍ରୀଲଙ୍କା ଉଦଘାଟନୀ ମ୍ୟାଚ୍, ଜୁନ ୧୪ରେ ଭାରତ ପାକିସ୍ତାନ ଲଢେଇ।
୧୭-କାଣ୍ଡି:ବ୍ରୁକ୍ ଙ୍କ ଶତକ, ପାକିସ୍ତାନକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ।
୧୮-ବ୍ରିସବେନ: ମହିଳା ଦିନିକିଆ;ଭାରତକୁ ହରାଇଲା ଅଷ୍ଟ୍ରେଲିଆ।
୧୯-ମୋଦି ସରକାର ବିରୋଧରେ ଅଣଦେଖା ଅଭିଯୋଗ ଆଣିଲେ ମମତା ବାନାର୍ଜୀ, କହିଲେ-ଭୋଟ ବେଳେ ମନେପଡେ ‘ସୋନାର ବାଂଲା’।
୨୦-କେରଳ ହେଲା “କେରଳମ୍”: କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ।
୨୧-ନୂଆଦିଲ୍ଲୀ:ଭାରତରୁ ‘ପିନାକ’ କ୍ଷେପଣାସ୍ତ୍ର କିଣିବ ଫ୍ରାନ୍ସ, ପ୍ରତି ୟୁନିଟ୍ ର ଦାମ୍ ରହିଛି ୨.୩ କୋଟି।
୨୨-ତେହେରାନ:ଇରାନର ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୪ ମୃତ।
