September 8, 2026

ଦୁର୍ନିତୀଗ୍ରସ୍ତ ଡାକ୍ତରଙ୍କ ଗିରଫ ଓ ବଦଳି ଦାବିରେ ଶୋଭାଯାତ୍ରା 

IMG-20260219-WA0008
Share

 

ମୋହନା(ସନ୍ତୋଷ ଗୌଡ଼) ମୋହନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ କାର୍ଯ୍ୟରତ ସମସ୍ତ ଆଶାକର୍ମୀ ଓ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚ଼ାରୀ ଭାରପ୍ରାପ୍ତ ଚ଼ିକିତ୍ସା ଅଧିକାରୀ ଡ଼.ଜୟ ପଣ୍ଡାଙ୍କ ବିରୋଧରେ ପ୍ରବଳ ଗର୍ଜିଛନ୍ତି। ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆ ଠାରେ ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ୍ଵ କର୍ମଚ଼ାରୀ ଏକତ୍ର ହୋଇ ବିରାଟ ଶୋଭାଯାତ୍ରାରେ ବାହାରି ମୁଖ୍ୟ ସଡ଼କର ବିଭିନ୍ନ ସ୍ଥାନରେ ଅଟକି ଡ଼.ପଣ୍ଡାଙ୍କ ବିରୋଧରେ ନାରାବାଜି କରି ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ।ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ପ୍ରସାଦ ଭୂୟାଁ ଙ୍କୁ ସଙ୍ଗୀନ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।ଆଶା କର୍ମୀ ଓ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ମାନେ ଡ଼ାକ୍ତର ପଣ୍ଡାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେଗୁଡିକ ମଧ୍ୟରେ ସରକାରୀ ଦାୟିତ୍ୱ ତୁଲାଇବାରେ ସେ ସଂପୂର୍ଣ୍ଣ ଅବହେଳା କରିବା,ଅଫିସକୁ ନଆସି ନିଜ ବାସଭବନରେ ଅଫିସ କାର୍ଯ୍ୟ କରିବା,ନିଜ ସ୍ତ୍ରୀ ଓ ଭଉଣୀଙ୍କ ନାମରେ ରହିଥିବା ଜୀବନ ବୀମା ପଲିସି କରିବା ପାଇଁ କର୍ମଚାରୀଙ୍କୁ ବାଧ୍ଯ କରିବା,ଡାକ୍ତର ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପ୍ରୋତ୍ସାହନ ରାଶିର ଅନିୟମିତତା,ସମସ୍ତ ସିଏଚଓ ମାନଙ୍କର ପ୍ରୋତ୍ସାହନ ରାଶି ହଡପ କରିବା,କର୍ମଚାରୀ ମାନଙ୍କ ମାସିକ ଦରମା କରିବାରେ ଅହେତୁକ ବିଳମ୍ବ,ପାଞ୍ଚଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର,ରୋଗୀ କଲ୍ୟାଣ ସମିତି ଏବଂ ଜନନୀ ଆରୋଗ୍ୟ ସମିତି ପାଣ୍ଠିକୁ ଜାଲ ବିଲ କରି ହରିଲୁଟ କରିବା,କର୍ମଚାରୀ ମାନଙ୍କ ପାଇଁ କୌଣସି ତାଲିମ କିମ୍ବା ସମୀକ୍ଷା ବୈଠକ ଆୟୋଜନ ନ କରିବା, କର୍ମଚାରୀ ମାନଙ୍କୁ ପର୍ବପର୍ବାଣୀ ପାଇଁ ଆସୁଥିବା ଅଗ୍ରିମ ଟଙ୍କା ପ୍ରଦାନ କରୁନଥିବା,କର୍ମଚ଼ାରୀ ମାନଙ୍କୁ ଆଶାଳୀନ ଭାଷାରେ ଗାଳିଗୁଲଜ କରିବା ଓ ମାନସିକ ସ୍ତରରେ ହଇରାଣ କରିବା,ବ୍ଲକ ପୋଗ୍ରାମ ମ୍ୟାନେଜର ଓ ବ୍ଲକ ଆକାଉଟେଣ୍ଟ ମ୍ୟାନେଜରଙ୍କୁ ଚାପ ପ୍ରୟୋଗ କରି ଧମକ ଦେଇ ନିଜ ମନ ମୁତାବକ ବିଲ ପ୍ରସ୍ତୁତ କରିବା, ବିପିଏମ ୟୁନିଟ ଯାନକୁ ସରକାରୀ କାମରେ ବ୍ୟବହାର ନକରି ନିଜ ବ୍ୟକ୍ତିଗତ କାମରେ ବ୍ୟବହାର କରିବା ଦାବି ସହିତ ଡ଼.ପଣ୍ଡାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗିରଫ କରିବାକୁ ସମସ୍ତ ଆଶାକର୍ମୀ ଓ କର୍ମଚାରୀ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀ,ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୂଖ ଶାସନ ସଚିବ,ଡ଼ିଜି, ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରେରଣ କରିଛନ୍ତି।ଯଦି ଦୁଇ ଦିନ ମଧ୍ୟରେ ଡ଼.ପଣ୍ଡାଙ୍କ ପ୍ରତି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି କହିଛନ୍ତି କର୍ମଚାରୀ ମାନେ।

You may have missed