ଜୟପୁର ପୋକ୍ସୋ କୋର୍ଟ ର ପୂର୍ବତନ ସ୍ୱ ତନ୍ତ୍ର ସରକାରୀ ଓକିଲ ତଥା ବର୍ତ୍ତମାନ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଙ୍କୁ ଏସ ପି ରୋହିତ ବର୍ମା ଙ୍କ ଦ୍ବାରା ସମ୍ବର୍ଦ୍ଧିତ
୧୮/୦୨/୨୦୨୬ (ଗୁପ୍ତେଶ୍ୱର ରଥ)କୋରାପୁଟ : ୬ ବର୍ଷର ଶିଶୁ କନ୍ୟା ସହ ଦୁଷ୍କର୍ମ ମାମଲାରେ ମାନ୍ୟବର ଜୟପୁର ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର କୋର୍ଟର ଐତିହାସିକ ରାୟ | ଘଟଣାର ମାତ୍ର ୧୬୫ ଦିନରେ ମାମଲାର ତ୍ବରିତ ବିଚାର କରି ଦୋଷୀକୁ ୨୨ ବର୍ଷ ସଶ୍ରମ କାରାଦଣ୍ଡ ସହ ୪୦ ହଜାର ଟଙ୍କା ଜୋରିମାନା । ମକଦ୍ଦମାର ସୁପରିଚାଳନା କରି ଦୋଷୀକୁ କମ ସମୟ ମଧ୍ୟରେ କଠୋର ଦଣ୍ଡ ବିଧାନ ନିମନ୍ତେ ସରକାରଙ୍କୁ ସହାୟକ ହୋଇଥିବାରୁ SP Conference Hallରେ ଆୟୋଜିତ crime meetingରେ ପୂର୍ବତନ POCSO Courtର ସ୍ୱତନ୍ତ୍ର ସରକାରୀ ଓକିଲ ତଥା ବର୍ତ୍ତମାନ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧକ୍ଷା ଡକ୍ଟର ଗାୟତ୍ରୀ ଦେବୀଙ୍କୁ ଏସ୍ ରୋହିତ ବର୍ମା ସମ୍ବର୍ଦ୍ଧିତ କରିଛନ୍ତି |
