April 25, 2026

ପ୍ରଶାସନିକ ସ୍ଥାଣୁତା ଯୋଗୁଁ ସାରଳା ପୀଠରେ ଶତାଧିକ ଦୋକାନ ଘର ଆବଣ୍ଟନ ହୋଇପାରୁନି : ବିସ୍ଥାପିତ ମାନେ ଠେଲାଗାଡି ରେ ବିତାଉଛନ୍ତି ଜୀବନ ଜୀବିକା ..

IMG-20260218-WA0002
Share

ତିର୍ତ୍ତୋଲ — ରାଜ୍ୟ ସରକାରଙ୍କ ଦ୍ୱାରା ଝଙ୍କଡ଼ ସାରଳାପୀଠର ନବୀକରଣ କାର୍ଯ୍ୟ ପାଇଁ ମିଳିଥିବା ବୟାଳିଶ କୋଟି ଟଙ୍କା ଆର୍ଥିକ ଅନୁଦାନ ମଧ୍ୟରୁ କିଛିଅର୍ଥ, ବିସ୍ଥାପିତ ଦୋକାନୀ ମାନଙ୍କୁ ଦୋକାନଘର ଯୋଗାଇଦେବା ନିମନ୍ତେ ଯେଉଁ ଶତାଧିକ ଦୋକାନଘର ନିର୍ମାଣ କାର୍ଯ୍ୟ, ପ୍ରଥମ ପର୍ଯ୍ୟାୟ ରେ ସାରିବାପରେ, ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ତାହା ଭରଚୁଆଲ ଉଦଘାଟନ ଦୀର୍ଘ ଦୁଇବର୍ଷ ପୂର୍ବରୁ ସରିଥିଲେ ମଧ୍ୟ, ପ୍ରଶାସନିକ ସ୍ଥାଣୁତା ଓ ଅପାରଗତା ଯୋଗୁଁ ଆଜିପର୍ଯ୍ୟନ୍ତ କୌଣସି ଜଣେ ହେଲେ ଦୋକାନୀକୁ ସେହି ଦୋକାନ ଘର ହସ୍ତାନ୍ତର କରାଯାଇନାହିଁ l ଯାହାଫଳରେ ଶହଶହ ଦୋକାନୀ ଜୀବନଜୀବିକା ହରାଇ ଥିବାବେଳେ, ସେମାନଙ୍କ ମଧ୍ୟରୁ କେତେକ ପରିବାର ପ୍ରତିପୋଷଣ ପାଇଁ ଅନ୍ୟକୌଣସି ଉପାୟ ନଥିବାରୁ, ବାଧ୍ୟହୋଇ ଠେଲାଗାଡି ଧରି ଚା ଜଳଖିଆ ଓ ଷ୍ଟେସନାରୀ ଦୋକାନ ଆଦି ଦୋକାନଖୋଲି, ବହୁ ଦୁଃଖକଷ୍ଟ ରେ ପେଟପାଟଣା ମେଣ୍ଟାଉଛନ୍ତି l ଏହି ନବନିର୍ମିତ ମାର୍କେଟକପ୍ଲେକ୍ସ ର ସମ୍ମୁଖ ଭାଗରେ, ସାରଳାପୀଠ କୁ ପ୍ରତିଦିନ ଆସୁଥିବା ଶହଶହ ଯାନବାହାନ ନିମନ୍ତେ ପାର୍କିଂ ବ୍ୟବସ୍ଥା କରାଯାଇଛି l ବିଶେଷକରି ମାର୍କେଟକମ୍ପେକ୍ସ ପାର୍ଶ୍ଵରେ ଥିବା ଶୌଚାଳୟ ଓ ପରିସ୍ରାଗାର ଗୁଡିକ ମଧ୍ୟ ଖୋଲାଯାଇ ନଥିବାରୁ ବହୁ ଯାତ୍ରୀ, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଭକ୍ତ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଅପରପକ୍ଷରେ ମାଆଙ୍କ ଚନ୍ଦନପୁଷ୍କରିଣୀ ର ଦକ୍ଷିଣପାର୍ଶ୍ୱରେ ବହୁବର୍ଷ ପୂର୍ବରୁ ନିର୍ମାଣ ସରିଥିବା, ଓ ଟି ଡି ସି ପାନ୍ଥଶାଳା, ଯାତ୍ରୀନିବାସ ଓ ଜଳସମ୍ପଦ ବିଭାଗ ର ଶୀତତାପନିୟନ୍ତ୍ରିତ ଝଙ୍କଡ଼ ବିଶ୍ରାମାଗାର ମଧ୍ୟ ଭରଚୁଆଲ ଉଦଘାଟନ ସରିଥିଲେ ମଧ୍ୟ ପ୍ରଶାସନର ଅଣଦେଖା ଯୋଗୁଁ ସେଗୁଡିକ ଯାତ୍ରୀମାନଙ୍କ ବିଶ୍ରାମ ଓ ରାତ୍ରୀଯାପନ ପାଇଁ ବ୍ୟବହୃତ ହୋଇ ପାରୁନାହଁ l ମାତ୍ର ଜିଲ୍ଲାପ୍ରଶାସନ ତରଫରୁ ପନ୍ଦରଦିନ ପୂର୍ବରୁ ପୀଠର ସ୍ୱଚ୍ଛତା ଆଣିବା ପାଇଁ ଛଅଜଣ ସୁଇପର ଓ ଟ୍ରାଫିକନିୟନ୍ତ୍ରଣ ପାଇଁ ଚାରିଜଣ ସିକ୍ୟୁରିଟି ଗାଡ଼ ଙ୍କୁ ନିଯୁକ୍ତ କରାଯାଇଛି l ଏହି ପଦକ୍ଷେପ ଯଥୋଚିତ ହୋଇଥିବାରୁ, ସାଧାରଣରେ ଉଚ୍ଚପ୍ରଶଂସା କରାଯାଇଛି l ହେଲେ ସାରଳାପୀଠ ର ନବୀକରଣକାର୍ଯ୍ୟ ବହୁମନ୍ଥର ଗତିରେ ଚାଲିଥିବାରୁ, ଏହାକୁ ତ୍ୱରାନ୍ୱିତ କରିବାପାଇଁ ପ୍ରଶାସନର ନିଘା ନଥିବାରୁ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଇଛି l ସେହିପରି 2015 ମସିହାରେ ସାରଳାମନ୍ଦିର ସମ୍ମୁଖରେ, ବଡ଼ଠାକୁର ବଳଭଦ୍ର ଙ୍କ ସ୍ମୃତିମନ୍ଦିର ଓ ମନ୍ଦିରଭିତରେ ଥିବା ତାଳଧ୍ଵଜରଥ ଚକ କୁ ମଧ୍ୟ ତାଲାପକାଇ ରଖାଯାଇଛି l ଛବିଶଲକ୍ଷ ଟଙ୍କା ବିନିମୟରେ ନିର୍ମାଣ କରାଯାଇଥିବା ଏହି ସ୍ମୃତିମନ୍ଦିର କୁ ଆରମ୍ଭରୁ ବନ୍ଦକରି ରଖିବାର କାରଣ କଣ, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର