March 10, 2026

କୋରାପୁଟ ସହରର ବିଭିନ୍ନ ଶିବ ମନ୍ଦିର ରେ ଜାଗର ପର୍ବ ପାଳିତ

IMG-20260215-WA0090
Share

କୋରାପୁଟ,୧୫/୦୨/୨୦୨୬(ଗୁପ୍ତେଶ୍ୱର ରଥ)

କୋରାପୁଟ ରେ ଜାଗର ଅନୁଷ୍ଠିତ l

   ଆଜି କୋରାପୁଟ ଜିଲ୍ଲା ର ସମସ୍ତ ଶିଵ ପୀଠ ରେ ଜାଗର ଅନୁଷ୍ଠିତ ହୋଇଯାଇଛି l ଆଜି ସକାଳୁ ଶ୍ରଦ୍ଧାଳୁ ଭକ୍ତ ଗଣ ଶିଵ ମନ୍ଦିର ଗୁଡିକୁ ଯାଇ ରୀତିନୀତି ଅନୁସାରେ ପୁକା ଅର୍ଚନା କରିବା ସହ ଜଗତ ର କଲ୍ୟାଣ ପାଇଁ ଭଗବାନ ଶିଵ ଙ୍କର ନିକଟରେ ପ୍ରାର୍ଥନା କରିଥିଲେ l କିଏ ଉପବାସ କରିଥିଲେ ତ ପୁଣି ଆଉ କିଏ ଶିଵ ଲିଙ୍ଗ ରେ ପାଣି ଚଢ଼ାଉ ଥିଲା ସହର ମଧ୍ୟ୍ୟରେ ଥିବା ସମସ୍ତ ଶିଵ ମନ୍ଦିର ରେ ଆଜି ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା l କେବଳ ସେତିକି ନୁହଁ ହରହରି ଭେଟ ସମେତ ମନ୍ଦିର ପ୍ରାଙ୍ଗଣରେ ଦୀପ ଦାନ ଓ ନିର୍ଦ୍ଧାରିତ ସମୟରେ ଅଖଣ୍ଡ ଦୀପ ପ୍ରଜ୍ଜଳନ ଭଳି କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ମନ୍ଦିର ପ୍ରଶାସନ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଥିବା ବେଳେ ଏ ଉପଲକ୍ଷେ ଜିଲ୍ଲା ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡା କଡ଼ି କରାଯାଇଥିଲା ସହର ର ସମସ୍ତ ଶିଵ ମନ୍ଦିରଗୁଡିକୁ ଆଲୋକମାଳା ରେ ସଜ୍ଜିତ କରାଯାଇଥିଲା l