ଆଜିର ଖବର….
୧-ଆଜି ମହାଶିବରାତ୍ରୀ,ଶିବ ପଞ୍ଚାକ୍ଷରରେ ଗୁଞ୍ଜରିତ ହେବ ସବୁ ଶୈବପୀଠ।
୨-ମୋହନା: ମହଙ୍ଗା ପଡ଼ିଲା ଚାଳକଙ୍କ ମୋବାଇଲ ବାର୍ତ୍ତାଳାପ,ମାଟି ଅତଡାକୁ ଧକ୍କା ଦେଲା ବସ୍;୩୪ ଆହତ,୩ ଗୁରୁତର।
୩-ଭୁବନେଶ୍ୱର:ଉଚ୍ଚ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ ଦାବି, ମୁଖ୍ୟ ସଚିବଙ୍କୁ ଓଡ଼ିଶା ଅଭିଭାବକ ମହାସଂଘର ପତ୍ର।
୪-ଗୁଣୁପୁର: ସୀମାନ୍ତର ୨୨ ଗ୍ରାମରେ ନାହିଁ ମୋବାଇଲ ନେଟୱାର୍କ,ଗଛ ଓ ପାହାଡ଼ ଚଢ଼ିଲେ ମିଳୁଛି ସେବା।
୫-ଲିଙ୍ଗରାଜ ମନ୍ଦିରରେ ଜାଲ୍ ପାସ୍ ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ : ସିପି।
୬-କେନ୍ଦୁଝରରେ ହେବ ୧୦୦ କୋଟି ଟଙ୍କାର ଟେକ୍ସଟାଇଲ୍ ପାର୍କ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ।
୭-କିଟ୍ ଓ କିସ୍ ପରିଦର୍ଶନରେ ଭୁଟାନର ୪୦ ଜଣିଆ ବୌଦ୍ଧ ଶିକ୍ଷକ ପ୍ରତିନିଧିମଣ୍ଡଳ।
୮-ଜେଲରୁ ପଳାଇ ମଠରେ ଲୁଚିଥିଲା ଫେରାର କଏଦୀ, ଉତ୍ତରପ୍ରଦେଶ ବୃନ୍ଦାବନରୁ ଧରାପଡ଼ିଲା ଚୌଦ୍ୱାର ଜେଲରୁ ଚମ୍ପଟ କଏଦୀ।
୯-ଫେବୃଆରୀ ୧୬ ରୁ ଓଡ଼ିଶାରେ ଆଧାର ସମ୍ବନ୍ଧୀୟ ଅଭିଯୋଗ ଶୁଣାଣି ଆରମ୍ଭ।
୧୦-ପଟ୍ଟାମୁଣ୍ଡାଇ:ସୋମବାରଠୁ ଅଙ୍ଗନଓ୍ବାଡିକୁ ଆସିବେ ପିଲା, ସହାୟିକା ବିବାଦ ପାଇଁ ୮୬ ଦିନ ହେବ ବନ୍ଦ ଥିଲା।
୧୧-ବଡ଼ଗଡ଼ ବ୍ରିଟ୍ କଲୋନୀ:ରାଜଧାନୀରେ ଛାତିଥରା ଦୁର୍ଘଟଣା; ବ୍ୟାଟେରୀ ଅଟୋକୁ ଧକ୍କା ଦେଲା ଟ୍ରାଭେଲର, ସିସିଟିଭିରେ କଏଦ ହେଲା ଭୟଙ୍କର ଦୃଶ୍ୟ।
୧୨-କଲିକତା: ବିଶ୍ୱ କପ୍;ସ୍କଟଲାଣ୍ଡ ପରାସ୍ତ, ବିଜୟ ଧାରା କୁ ଫେରିଲା ଇଂଲଣ୍ଡ।
୧୩-କଲମ୍ବୋ:ଓମାନ ବିଦା, ଆୟରଲ୍ୟାଣ୍ଡର ହେଲା ପ୍ରଥମ ବିଜୟ।
୧୪-କଲମ୍ବୋ:ଆଜି ଭାରତ – ପାକିସ୍ତାନ ମହା ମୁକାବିଲା,ପାକ୍ ଖେଳାଳିଙ୍କ ସହ ହାତ ମିଳାଇବା ମାମଲାରେ ସୂର୍ଯ୍ୟ ଚୁପ୍।
୧୫-ରାଜ୍ୟସଭା ପ୍ରାର୍ଥୀତ୍ୱ: ଅଶୋକ ପଣ୍ଡା କହିଲେ ପୁରୁଖାକୁ ପ୍ରାଧାନ୍ୟ ଦେଲେ ଭଲ।
୧୬-ଜଟିଳ ହେଉଛି ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ବିକ୍ରମଙ୍କ ଆପତ୍ତିଜନକ ଫଟୋ ଆଣିଲା ନୂଆ ମୋଡ଼।
୧୭-ଏପଟେ ସେଚ୍ଛାସେବୀ ସେପଟେ ଠକେଇ, ଚାକିରୀ ନାଁରେ ୨୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଡାକ୍ତର ସୁରେଶ୍ୱରୀ ସାଗରିକା ଜେନା ଗିରଫ।
୧୮-ରାହୁଲ ଗାନ୍ଧୀଙ୍କ ନୀତି ହେଉଛି ମିଛ କହିବା, ଜୋରରେ କହିବା ଏବଂ ଏହାକୁ ବାରମ୍ବାର ଦୋହରାଇବା: ଶାହ
୧୯-ଶାସନ ପରିବର୍ତ୍ତନ ଇରାନ ପାଇଁ ସର୍ବୋତ୍ତମ ପଦକ୍ଷେପ ହେବ: ପୁଣି ଖେମିନିଙ୍କୁ ଧମକ ଦେଲେ ଟ୍ରମ୍ପ।
୨୦-ଭାରତରେ ଏଆଇ-ଇମ୍ପାକ୍ଟ ସମ୍ମିଳନୀ: ୧୦୦ ଦେଶରେ ନାହିଁ ପାକିସ୍ତାନ, ଆସିବେ ୫୦ କମ୍ପାନୀର ସିଇଓ।
