March 10, 2026

ବାୟା ଅବଧୂତ କଲେଜର ବାର୍ଷିକ ସାରସ୍ୱତ ଉତ୍ସବ, 2026 !

IMG-20260214-WA0061
Share

ତିର୍ତ୍ତୋଲ ତା ୧୪/୨ ) ସାହିତ୍ଯକୁ ବାଦ୍ ଦେଇ ସୁନ୍ଦର ସମାଜର ପରିକଳ୍ପନା କରାଯାଇ ପାରିବ ନାହିଁ।ଜୀବନକୁ ଶାନ୍ତ ସରଳ ସରସ ସୁନ୍ଦର ଭାବରେ ଗଢି ତୋଳିବା ସହିତ ମଣିଷର ଦୁଃଖ ହରଣ କରି ହସ ଭରିଦିଏ ଦେଇଥାଏ ସାହିତ୍ଯ ବୋଲି ବାୟା ଅବଧୂତ ମହାବିଦ୍ୟାଳୟର ୩୯ ତମ ବାର୍ଷିକ ସାରସ୍ୱତ ଉତ୍ସବରେ ବକ୍ତା ମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି l ମହାବିଦ୍ୟାଳୟର ପ୍ରତିଷ୍ଠାତା ଡ଼ ଇଂ ପ୍ରଭାକର ସ୍ବାଇଁଙ୍କ ପୌରହିତ୍ଯରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ଯଅତିଥି ପଦ୍ମ ବିଭୂଷଣ ସ୍ଥପତି ସୁଦର୍ଶନ ସାହୁ ଉଦ୍ ବୋଧନ ଦେଇ ଆଦି ସାହିତ୍ଯ ବେଦ ବେଦାନ୍ତ ଉପନିଷଦ ମଣିଷର ଜୀବନ ଧାରଣ ପାଇଁ ଯେଉଁ ଅବଦାନ ରଖି ଯାଇଛି ତାହା ଆଜିବି ଆଧୁନିକ ଯୁଗରେ ପ୍ରାସଙ୍ଗିକତା ହରାଇ ନାହିଁ।ଭାରତୀୟ ମୁନି ଋଶି ମାନଙ୍କ ଦ୍ବାରା ରଚିତ ଆଦି ସାହିତ୍ଯ ସମଗ୍ର ବିଶ୍ବକୁ ଦିଗ୍ ଦର୍ଶନ ଦେଇ ଆସିଛି।ଏଥି ପ୍ରତି ଛାତ୍ର ସମାଜ ଦୃଷ୍ଟି ଦେବାର ଆବଶ୍ୟକତା ଅଛି ବୋଲି କହିଥିଲେ। ମୁଖ୍ଯବକ୍ତା ବିଶିଷ୍ଟ ଗାଳ୍ପିକ ତଥା ବରିଷ୍ଠ ସାମ୍ବାଦିକ ମାନସ ପଣ୍ଡା ସାହିତ୍ଯ ହେଉଛି ସମୟର ଚଳନ୍ତି ଇତିହାସ। ସବୁ ଯୁଗରେ ସମାଜର ନିଛକ ଚିତ୍ର ବହନ କରିବା ସହିତ ମଣିଷର ସହଯାତ୍ରୀ ପରି ଦୁଃଖ ହରଣ କରି ହସ ଭରିଦେଇ ଥାଏ ବୋଲି କହିଥିଲେ। ଏହି ଅବସରରେ ଅତିଥି ମାନେ ମହାବିଦ୍ୟାଳୟ ପ୍ରଦତ୍ତ ସାରଳା ସାରସ୍ବତ ସମ୍ମାନ କବି ପିତାମ୍ବର ତରାଇଙ୍କୁ ପ୍ରଦାନ କରିଥିଲେ l ମାନପତ୍ର ପାଠ କରିଥିଲେ ସଞ୍ଜୟ ଦାସ !କବି ଶ୍ରୀ ତରାଇ କହିଥିଲେ ଯେ ବିଦ୍ଯାଳୟ ମଣିଷର ଜୀବନ ଧାରାକୁ ଯଥେଷ୍ଟ ପ୍ରଭାବିତ କରି ଜୀବନ ଓ ଜଗତର ନିକଟତର କରିଥାଏ ବୋଲି କହିଥିଲେ। ସମ୍ମାନିତ ଅତିଥି ବରିଷ୍ଠ ପ୍ରଶାସକ କବି ମନୋରଂଜନ ମହାପାତ୍ର ଓ ପ୍ରଶାସିକା ଲିପିକା ଦାସ ମହାବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା ବୋଲି କହିଥିଲେ l ଉତ୍ସବରେ ସଭାପତି ଇଂ ସ୍ବାଇ ମହାବିଦ୍ୟାଳୟର ଅତୀତ ,ବର୍ତ୍ତମାନ ଓ ଭବିଷ୍ୟତ ସଂପର୍କରେ ଆଲୋକପାତ କରି ଛାତ୍ରଛାତ୍ରୀ ଦେଶ ପାଇଁ ବଳିଦାନ ଦେଇ ଥିବା ମହାପୁରୁଷଙ୍କ ତ୍ଯାଗ ଦ୍ବାରା ପ୍ରଭାବିତ ହୋଇ ଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଆବଶ୍ୟକ ଅଛି ବୋଲି କହିଥିଲେ। ମହାବିଦ୍ୟାଳୟ ର + 3 ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜେନା ସ୍ବାଗତ ଭାଷଣ ଓ +୨ ର ଅଧ୍ୟକ୍ଷ ଡ଼ ବିବେକାନନ୍ଦ ସିଂ ଅତିଥି ପରିଚୟ ପ୍ରଦାନ କରିଥିଲେ l ଅଧ୍ୟାପକ ଅଜୟ କୁମାର ସ୍ବାଇଁ ଧନ୍ୟବାଦ୍ ଦେଇଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର