ମୁନିଗୁଡା ଅଞ୍ଚଳରେ ବାଘ ଆତଙ୍କ

ଗୁଣପୁର(ସୁରେନ୍ଦ୍ର ମହାନ୍ତି )ବାଛୁରୀ କୁ ମାରି ଖାଇଲା ବାଘ। ରାୟଗଡ଼ା ବନଖଣ୍ଡ ମୁନିଗୁଡା ବନାଞ୍ଚଳ ଜଗଦଲପୁର ପଞ୍ଚାୟତ ଡିମିରିଗୁଡ଼ା ଗାଁରେ ବାଘ ଆତଙ୍କ। ଗତ କାଲି ରାତି ପ୍ରାୟ ୨ ରୁ ୩ ଟା ଭିତରେ ଡିମିରିଗୁଡ଼ା ଗ୍ରାମର କୁଞ୍ଜ ବେହେରାଙ୍କ ବାଛୁରୀକୁ ବାଘ ଆକ୍ରମଣ କରିବା ସହ ମାରି ଖାଇ ଦେଇଥିଲା।ସକାଳେ ଘର ଲୋକେ ଦେଖି ବନ ବିଭାଗକୁ ଖବର ଦେବାପରେ ବନ ବିଭାଗ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିବା ଜଣା ପଡ଼ିଛି। ତେବେ ଉକ୍ତ ସ୍ଥାନରେ ବାଘ ପାଦ ଚିହ୍ନ ପଡ଼ି ଥିବାରୁ ଏକ ମହାବଳ ବାଘ ହୋଇଥାଇ ପାରେ ବୋଲି ଗ୍ରାମ ବାସୀ ଅନୁମାନ କରୁଛନ୍ତି। ବାଘ ଆତଙ୍କ ପରେ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ତେବେ ମୁନିଗୁଡ଼ା ରେଞ୍ଜ ପକ୍ଷରୁ ଜଙ୍ଗଲ କୁ ନଯିବା ସହ ରାତିରେ ବୁଲାବୁଲି ନକରିବାକୁ ଲୋକମାନଙ୍କୁ ସଚେତନ କରିଛି।
