April 27, 2026

ସମାଜସେବୀ ଙ୍କ ପରଲୋକ  ସୁନାଖଳା ଗ୍ରାମର ବିଶିଷ୍ଟ ବ୍ୟକ୍ତି ତଥା କର୍କଟ ରୋଗୀଙ୍କ ଙ୍କ ଚିକିତ୍ସା ପାଇଁ ସହାୟତା ପ୍ରଦାନ କରୁଥିବା ଭାଗିରଥି ଚାରିଟେଵଲ୍ ଟ୍ରଷ୍ଟ ର 

IMG-20260213-WA0056
Share

 

ଟପ୍ରତିଷ୍ଠାତା ସ୍ବର୍ଗତ ହ୍ରୃଦାନନ୍ଦ ନରେନ୍ଦ୍ର ଙ୍କ ମଧ୍ୟମ ପୁତ୍ର ସମାଜସେବୀ ସୁକାନ୍ତ କୁମାର ନରେନ୍ଦ୍ର ଙ୍କ ର ପରଲୋକ ଘଟିଯାଇଛି। ମ୍ରୃତ୍ୟୁ ବେଳକୁ ତାଙ୍କୁ ୭୫ଵର୍ଷ ଵୟସ ହୋଇଥିଲା। କିଛି ଦିନ ଧରି ସେ କିଡନୀ ଜନିତ ରୋଗ ରେ ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ। ତାଙ୍କର ମ୍ରୃତ ଶରୀର କୁ ପୁରୀ ସ୍ଵର୍ଗଦ୍ଵାର କୁ ନିଆଯାଇ ସତ୍କାର କରାଯାଇଛି। ବଡ଼ପୁଅ ତଥା ଟ୍ରଷ୍ଟ ର ସମ୍ପାଦକ ବ୍ରହ୍ମାନନ୍ଦ ନରେନ୍ଦ୍ର ମୁଖାଗ୍ନି ଦେଇଥିଲେ। ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସ୍ବର୍ଗତ ବସନ୍ତ ନାୟକ ଙ୍କ ର ସେ ହେଉଛନ୍ତି ଶାଳକ ଏଵଂ ରାଜ୍ୟ ସଭା ସାଂସଦ ମାନସ କୁମାର ମଙ୍ଗରାଜ ଙ୍କ ଭଉଣୀ ପ୍ରିୟଦର୍ଶିନୀ ମଙ୍ଗରାଜ ଙ୍କ ଶ୍ଵଶୁର। ଜଣେ ମିଷ୍ଟଭାଷୀ ବନ୍ଧୁଵତ୍ସଳ ବ୍ୟକ୍ତି ଭାବେ ସେ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କର ବିୟୋଗ ଜନିତ ଏକ ଶୋକସଭା ଭାଗିରଥି ଚାରିଟେଵଲ୍ ଟ୍ରଷ୍ଟ ପକ୍ଷରୁ କରାଯାଇ ସ୍ବର୍ଗତ ଆତ୍ମା ଙ୍କ ସଦ୍ ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା।ମାନସ ରଂଜନ ମଙ୍ଗରାଜ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଟ୍ରଷ୍ଟ ର ଉପ ସଭାପତି ଶୁଭେନ୍ଦୁ କୁମାର ରାଉତରାୟ, ସହ ସମ୍ପାଦକ ମନୋଜ ମୋହନ ବରାଳ ସମେତ ସାମ୍ବାଦିକ ଭିକାରୀ ଚରଣ ପ୍ରଧାନ, ଦିଲ୍ଲୀପ କୁମାର ଶତପଥୀ, ପ୍ରଦ୍ୟୁମ୍ନ ରଞ୍ଜନ ସୁଆର, ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକ,ସୁଲେଖିକା ଲକ୍ଷ୍ମୀ ପ୍ରିୟା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିଥିଲେ।