April 25, 2026

ସାରଳା ମେସରେ ସତରତମ ସାରଳା ମେଳା

IMG-20260212-WA0047
Share

ତିର୍ତ୍ତୋଲ ତା 12/2/2026 ବାଣୀକ୍ଷେତ୍ର ଜଗତସିଂହପୁରଜିଲ୍ଲା, ତିର୍ତ୍ତୋଲବ୍ଲକ, ଆଦିକବି ସାରଳାଦାସ ମହାବିଦ୍ୟାଳୟ ସମ୍ମୁଖସ୍ଥ ସାରଳା ମେସ ରେ 17 ତମ ସାରଳାମେଳା ମହୋତ୍ସବ ବିପୁଳଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଗତ ପବିତ୍ର ଗୁରୁବାରଦିନ ପୂର୍ବାହ୍ନରେ, ପୁଣ୍ୟତୋୟା ଉତ୍କଳଗଙ୍ଗା ମହାନଦୀ ରୁ ତୀର୍ଥଜଳ ସଂଗ୍ରହକରି, ଏକ ବିଶାଳ ବର୍ଣ୍ଣାଢ୍ୟ କଳସ ଶୋଭାଯାତ୍ରା, ମହାନଦୀର ବେଳାଭୂମି, ତିର୍ତ୍ତୋଲ ଲକଛକ, ନେହେରୁବଜାର ଅତିକ୍ରମ କରି ଯିବାବେଳେ, ଘଣ୍ଟଘଣ୍ଟା କାହାଳି, ପଖାଉଜ, ହରିବୋଲ ହୁଳହୁଳି ଓ ଜୟ ମା ସାରଳା ଧ୍ଵନିରେ କଟକ ପାରାଦ୍ୱୀପ ରାଜରାସ୍ତା ପ୍ରକମ୍ପିତ ହୋଇଉଠିଥିଲା l ଶୋଭାଯାତ୍ରାମଧ୍ୟରେ କ୍ରିଷ୍ଣା ର ଦେବୀତାଣ୍ଡବ ନୃତ୍ୟ ଦେଖି ରାସ୍ତାର ଉଭୟପାର୍ଶ୍ଵରେ ପଥଚାରି ମାନେ ବିମୋହିତ ହୋଇଯାଇଥିଲେ l ମୁଖ୍ୟତୋରଣ ପାର୍ଶ୍ୱରେ ଶୋଭାଯାତ୍ରା କୁ ସ୍ୱାଗତ କରାଯିବାପରେ, ପୂଜାମଣ୍ଡପ ରେ ପଣ୍ଡିତ ପରମାନନ୍ଦ କର ମୁଖ୍ୟଆଚାର୍ଯ୍ୟ ଓ ପଣ୍ଡିତ ବିଶ୍ୱନାଥ ପଣ୍ଡା, ଅନନ୍ତ ପ୍ରସାଦ କର ସହକାରୀ ଆଚାର୍ଯ୍ୟଭାବରେ, ଷୋଡଶଉପଚାର ପୂଜା, ବିଶ୍ୱଶାନ୍ତିଯଜ୍ଞ୍ ରେ ଆହୁତିପ୍ରଦାନ ଓ ଅନ୍ତେବାସୀ ବିଦ୍ୟାର୍ଥୀ ମାନଙ୍କଦ୍ୱାରା ସମବେତ ଭକ୍ତିସଙ୍ଗୀତ, ପ୍ରାର୍ଥନା ଆଦି କରାଯାଇଥିଲା l ସାରଳାମେସ ର ମୁଖ୍ୟପରିଚାଳକ ଜଗନ୍ନାଥ ଦାସ (ବୁବୁଲା ସାର ) ଙ୍କ ପ୍ରତକ୍ଷ୍ୟତତ୍ତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମରେ, ତିର୍ତ୍ତୋଲକଲେଜ, ରାହାମା ସାରଳାକଲେଜ ଓ କାନୀମୂଳ ବାୟାଅବଧୂତ କଲେଜର ବହୁ ଅଧ୍ୟକ୍ଷ, ଅଧ୍ୟାପକମାନଙ୍କ ସହିତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ଅଧିବାସୀ ମାନେ ନିମନ୍ତ୍ରିତ ଅତିଥି ଭାବରେ ଯୋଗଦେଇଥିବାର ଦେଖାଯାଇଥିଲା l ଏହି ଅବସରରେ ସାରଳାମେଳା ଗୀତିକା, ଶୁଲଳିତସ୍ୱରରେ, ବାଘୁଆବାରି, ମାତୃ ମହାବୀର ସେବାସଙ୍ଘ ର କଳାକାର ଅନିଲକୁମାର ଦାସ, ଜିତେଶ ମହାନ୍ତି, ଲଳିତ ମହାନ୍ତି, ରୁଦ୍ରନାରାୟଣ ଦାସ, ଚିତ୍ତରଞ୍ଜନ ନାୟକ, କୁଶ ଓ ନାରାୟଣ ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରି, ମେଳାଗୀତି ସହିତ ଭକ୍ତିସଙ୍ଗୀତ ପରିବେଷଣ କରି, ଏକ ଭକ୍ତିଭାବମୟ ମାହୋଲ ସୃଷ୍ଟିକରିଥିଲେ l ପରିଶେଷରେ ଉପସ୍ଥିତ ଶ୍ରଦ୍ଧାଳୁଭକ୍ତ ଓ ସମସ୍ତ ବିଦ୍ୟାର୍ଥୀ ମାନେ ମାଆଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରି, ବିଦ୍ୟାବୁଦ୍ଧି ପ୍ରାପ୍ତିନିମନ୍ତେ ମା ସାରଳାଙ୍କ ଆଶୀର୍ବାଦ ଭିକ୍ଷାକରିଥିଲେ l