March 12, 2026

ଜନସାଧାରଣଙ୍କ ହକ ପାଇଁ ୧୨ ଫେବୃଆରୀ ଧର୍ମଘଟକୁ ସଫଳ କରନ୍ତୁ :ଟିୟୁସିଆଇ

IMG-20260210-WA0038
Share

 

ଆସିକା, ୧୦/୦୨. ସାରା ଦେଶରେ ହେଉଥିବା ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ଆସିକା ବ୍ଳକ କମିଟି ଏବଂ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ପକ୍ଷରୁ ଆସିକା ସହର ପରିକ୍ରମା କରି ଜନଗଣଙ୍କ ସହଯୋଗ ନିବେଦନ କରାଯାଇଛି। ବିଜେପି ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ଜନ ଆନ୍ଦୋଳନ ଏବଂ ବିଜୟ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବା ହେଉଛି ସମୟର ଆହ୍ବାନ । ଶ୍ରମିକ କର୍ମଚାରୀ ବିରୋଧୀ ଆର ଏସ ଏସ ଫାସିବାଦ ଆଜି କର୍ପୋରେଟ ସ୍ବାର୍ଥରେ ଶ୍ରମଜୀବି ଜନଗଣଙ୍କ ସମସ୍ତ ଅଧିକାରକୁ ଶେଷ କରିବା ପାଇଁ ଶ୍ରମିକ ବିରୋଧୀ ୪ ଟି ଶ୍ରମ ସଂହିତା କାର୍ଯ୍ୟକାରୀ କରିଛନ୍ତି। ସମସ୍ତ ଅସଂଗଠିତ କ୍ଷେତ୍ରର ଶ୍ରମିକ, କୃଷକ ଏବଂ ଭାରତର ଅନ୍ୟାନ୍ୟ ଶୋଷିତ ତଥା ନିଷ୍ପେଷିତ ଜନଗଣଙ୍କ ପାଇଁ ଥିବା ସମସ୍ତ ସାମାଜିକ ଓ କଲ୍ୟାଣମୂଳକ ଦାୟିତ୍ୱ ରୁ ଓହରି ନବ-ଉଦାରବାଦୀ ନୀତିକୁ କାର୍ଯ୍ୟକାରୀ କରି କର୍ପୋରେଟ ମାନଙ୍କ ସ୍ବାର୍ଥ ସାଧନ କରୁଅଛି। କର୍ପୋରେଟ୍ କ୍ରୋନି ପୁଞ୍ଜିପତିମାନଙ୍କ ବିକାଶ ଦାୟିତ୍ବ ଆର୍ ଏସ୍ ଏସ୍ ଫାସିବାଦ ସରକାର ନେଇଛନ୍ତି। ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନାକୁ ଶେଷ କରାଯାଇଛି।ବିଶେଷଜ୍ଞଙ୍କ ଅନୁଯାୟୀ, ଭାରତର ଅସହାୟ, ନିଷ୍ପେଷିତ ଏବଂ ଅଣକୁଶଳୀ ଗ୍ରାମୀଣ ଶ୍ରମିକଙ୍କୁ ସର୍ବନିମ୍ନ ଜୀବିକା ନିଶ୍ଚିତ କରିବା ପାଇଁ ୧୨୫ ଦିନର କାମ ଦେବା ପାଇଁ ବଜେଟରେ ବାର୍ଷିକ ସର୍ବନିମ୍ନ ୩.୮୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏହା ପରିବର୍ତ୍ତେ ଭିବି-ଜି ରାମର ନୂଆ ବଜେଟ୍ ୨୦୨୬-୨୭ ମାତ୍ର ୯୫୦୦୦ କୋଟି ଟଙ୍କା ଆବଣ୍ଟନ କରିବା ସରକାରଙ୍କ ନିୟତ ଭାରି ହେଉଛି। କୃଷି କ୍ଷେତ୍ରରେ ମାତ୍ର ୩୦୦୦ କୋଟି ଟଙ୍କା କରାଯାଇଛି। କୃଷକଙ୍କ ମୂଖ୍ୟ ଦାବି ଏମଏସପି ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ସ୍ମାର୍ଟ ମିଟର ବସାଇ ବିଦ୍ୟୁତ୍ ଉପଭୋକ୍ତା ଙ୍କୁ ଲୁଟିବା, ଶ୍ରମିକ ବିରୋଧୀ ୪ ଶ୍ରମ ସଂହିତା ପ୍ରତ୍ୟାହାର,ମନରେଗା ଆଇନକୁ ପୁନଃ ସ୍ଥାପନା, ଶ୍ରମିକଙ୍କୁ ବର୍ଷସାରା କାମ, ଶ୍ରମିକ କର୍ମଚାରୀମାନଙ୍କର ୧୪ ଦଫା ଦାବି, ଦୈନିକ ସର୍ବନିମ୍ନ ମଜୁରୀ ୧୦୦୦, ଠିକା ନୁହେଁ କି ଚୁକ୍ତିଭିତ୍ତିକ ନୁହେଁ ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି, ବିଦ୍ୟୁତ ବିଲ୍ ୨୦୨୫ ପ୍ରତ୍ୟାହାର, ଗିଗ ଓ୍ବାର୍କରଙ୍କୁ ଶ୍ରମିକ ମାନ୍ୟତା ଓ ସମସ୍ତ ସାମାଜିକ ସୁରକ୍ଷା, ରାଜ୍ୟର ସମସ୍ତ ନିର୍ମାଣ ଓ ଅସଂଗଠିତ ଶ୍ରମିକଙ୍କ ପଞ୍ଜୀକରଣ ଓ ସାମାଜିକ ସୁରକ୍ଷା, ସମାନ କାମକୁ ସମାନ ମଜୁରୀ, ଶ୍ରମିକ ସ୍ୱାର୍ଥରକ୍ଷା ଦିଗରେ ପେନସନ ସ୍କିମ ପ୍ରଚଳନ, ସ୍ମାର୍ଟ ମିଟର ବସାଇ ଚାଷୀ ଓ ବିଦ୍ୟୁତ ଉପଭୋକ୍ତାଙ୍କ ଶୋଷଣ କୁ ବନ୍ଦ କରିବା, ସର୍ବନିମ୍ନ ପେନସନ ମାସିକ ୧୦ ହଜାର ଟଙ୍କାକୁ ବୃଦ୍ଧି, ସମସ୍ତ ବେକାରୀଙ୍କୁ ନିଯୁକ୍ତି ନହେଲେ ବେକାରୀ ଭତ୍ତା ଆଦି ଦାବିରେ ସମସ୍ତ ଶ୍ରମିକ, କୃଷକ, ପ୍ରଗତିଶୀଳ ସଂଗଠନ, ଗଣତାନ୍ତ୍ରିକ ଶକ୍ତି, ବ୍ୟବସାୟୀ, ପରିବହନ କର୍ମଚାରୀ ଆଦି ଧର୍ମଘଟ କୁ ସଫଳ କରିବା ପାଇଁ ସଡ଼କକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ ସହ ଧର୍ମଘଟରେ ସଫଳ କରିବା ପାଇଁ ନିବେଦନ କରିଛନ୍ତି। ଟିୟୁସିଆଇ ପକ୍ଷରୁ ଶଙ୍କର ଇନକିଲାବ, ରାମଚନ୍ଦ୍ର ବାଡତ୍ୟା, ରୋହିତ ନାହକ ଏବଂ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ପକ୍ଷରୁ ରୁନୁ ନାହକ, ସସ୍ମିତା ନାହକ, ପ୍ରତିଭା ନାହକ ଆଦି ନେତୃତ୍ବରେ ନେଇଥିଲେ।ପଥପ୍ରାନ୍ତ ସଭା ହୋଇଯାଇଛି।