March 12, 2026

ଜିଲ୍ଲା ସ୍ତରୀୟ ସ୍ଵତନ୍ତ୍ର ସଘନ ସଂଶୋଧନ ପ୍ରସ୍ତୁତିର ସମୀକ୍ଷା ଅନୁଷ୍ଠିତ 

IMG-20260207-WA0084
Share

ରାୟଗଡ଼ ତା 6.2.2026 -(ସୁରେନ୍ଦ୍ର ମହାନ୍ତି )

ଜିଲ୍ଲା ନିର୍ବାଚନ ଉପ ବିଭାଗ ତରଫରୁ ରାୟଗଡା ଜିଲ୍ଲା ସ୍ତରୀୟ ସ୍ଵତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର) ର ପ୍ରସ୍ତୁତି ସମ୍ପର୍କିତ ସମୀକ୍ଷା ବୈଠକ ସ୍ଥାନୀୟ ରାୟଗଡ଼ ବ୍ଳକ ସଦଭାବନା କକ୍ଷରେ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ଆଇଏଏସ ଯୋଗଦେଇ ଜିଲ୍ଲାରେ ଏହାର ପ୍ରଗତି ବିଷୟରେ ତିନୋଟି ନିର୍ବାଚନ ମଣ୍ଡଳୀର ନିର୍ବାଚକ ପଞ୍ଜୀକରଣ ଅଧିକାରୀ, ବିଡିଓ, ପୌରାଞ୍ଚଳ ଓ ଏନ ଏ ସି ର ନିର୍ବାହୀ ଅଧିକାରୀ ଏବଂ କମ କାର୍ଯ୍ୟ ସମ୍ପାଦନ କରିଥିବା ଏକଶହ ତିନି ଜଣ ବୁଥ ସ୍ତରୀୟ ଅଧିକାରୀଙ୍କ ସହ ସଂଯୋଗୀକରଣର ସ୍ଥିତି ବିଷୟରେ ଆଲୋଚନା କରିଥିଲେ | ଅତିରିକ୍ତ ଜିଲ୍ଲାପାଳ ତଥା ବିଷମକଟକ ନିର୍ବାଚନମଣ୍ଡଳୀର ନିର୍ବାଚକ ପଞ୍ଜୀକରଣ ଅଧିକାରୀ ନବିନ ଚନ୍ଦ୍ର ନାଏକ, ରାୟଗଡ଼ ଉପଜିଲ୍ଲାପାଳ ରମେଶ କୁମାର ଜେନା, ଡ଼େପୁଟି କଲେକ୍ଟର ମାନୁଏଲା ପ୍ରିୟଦର୍ଶିନୀ ଓ ବିଚିତ୍ରା ସେଠୀ ମଞ୍ଚାସୀନ ଥିଲେ |

ସମୀକ୍ଷାରେ ଭୋଟର ସଂଯୋଗୀକରଣ, ଅନଲାଇନ ଫର୍ମ ଗୁଡିକର ଅନୁମୋଦନ, ଭୋଟର ତାଲିକାରେ ଆଂଶିକ କିମ୍ବା ଅଦୃଶ୍ୟ ଫଟୋ, ତଥ୍ୟ ଓ ଗୃହ ସଂଖ୍ୟା ସଂଶୋଧନ, ବୁକ ଏ କଲ ର ସମୟସୀମା ମଧ୍ୟରେ ଉପସ୍ଥାନ ଆଦି ବିଷୟ ସ୍ଥାନିତ ହୋଇଥିଲା |

ଓଡ଼ିଶାରେ ଭୋଟର ତାଲିକାର ସ୍ଵତନ୍ତ୍ର ସଘନ ସଂଶୋଧନ ଆଗାମୀ ଦିନରେ ପ୍ରାରମ୍ଭ ହେବାକୁ ଥିବା ବେଳେ ପ୍ରତି ଜିଲ୍ଲାରେ ଏହାର ପ୍ରସ୍ତୁତି କାର୍ଯ୍ୟ ଜୋରଦାରରେ ଚାଲିଛି | ବୁଥ ସ୍ତରୀୟ ଅଧିକାରୀ ବୃନ୍ଦ 2002 ଭୋଟର ତାଲିକାରେ ଥିବା ଭୋଟରଙ୍କ ନାମକୁ 2025 ମସିହାର ଭୋଟର ତାଲିକା ର ନାମ ସହ ସଂଯୋଗ କରୁଛନ୍ତି | ଗୁଣପୁର ନିର୍ବାଚନ ମଣ୍ଡଳୀ ରେ ଶତକଡା ସତୁରି , ବିଷମକଟକ ନିର୍ବାଚନମଣ୍ଡଳୀ ରେ ବାସ୍ତରୀ ଓ ରାୟଗଡ଼ ନିର୍ବାଚନ ମଣ୍ଡଳୀ ରେ ଛସ୍ତରି ଭାଗ ଭୋଟରଙ୍କ ବର୍ତ୍ତମାନ ସୁଦ୍ଧା ସଂଯୋଗୀକରଣ ଫଳରେ ଜିଲ୍ଲାର ମୋଟ ସାତ ଲକ୍ଷ ବାଇସି ହଜାର ନଅ ଶହ ଛାୟାଅଶୀ ଜଣ ଭୋଟରଙ୍କ ମଧ୍ୟରୁ ପାଞ୍ଚ ଲକ୍ଷ ଦୁଇ ହଜାର ଦୁଇଶହ ଅଣାଅଶୀ ଜଣ ସଂଯୋଗୀକୃତ ହୋଇଛନ୍ତି ଯାହାକି ପ୍ରାୟ ସତୁରି ଶତକଡା ଅଟେ |

ଭୋଟର ଓ ତାଙ୍କ ପିତା, ମାତାଙ୍କ ତଥ୍ଯ ସଂଗ୍ରହ କରିବା ସହ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଏବଂ ଶତ ପ୍ରତିଶତ ସଂଯୋଗୀକରଣ ହାସଲ କରିବା ନିମନ୍ତେ ବୁଥ ସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାସହ ତୃଟିଶୂନ୍ୟ ସୁସ୍ଥ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ଭୋଟରଙ୍କୁ ଅନୁରୋଧ କରିଛନ୍ତି |