ଜାମଶୂଳୀ କଲେଜ ରେ ଅନୁଷ୍ଠିତ ହେବ ସୁବର୍ଣ୍ଣ ଜୟନ୍ତୀ ସମାରୋହ : ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଅଧ୍ୟକ୍ଷ
ବାଲେଶ୍ବର ( ଦେବାଶିଷ ଦାଶ )
ଜାମଶୂଳୀ ସ୍ଥିତ ଲଷ୍ମୀ ନାରାୟଣ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହର ପ୍ରସ୍ତୁତି ଏବେ ଚୁଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି ବୋଲି ଆଜି ମହାବିଦ୍ୟାଳୟର ସଭା ଗୃହରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ପ୍ରାଧ୍ୟାପକ ଦିବ୍ୟେନ୍ଦୁ ଗିରି ପ୍ରକାଶ କରିଛନ୍ତି । ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ, ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରାଧ୍ୟାପକ ଡ଼ଃ ସନ୍ତୋଷ କୁମାର ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ, ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା, ରଘୁନାଥ ନାଥ ମହାନ୍ତି, ସମ୍ବାଦ ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ, ଜିଲ୍ଲା ସଭାପତି ସତ୍ୟଶିବ ଦାସ, ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା, ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ବସ୍ତା ବିଧାୟିକା ସୁବାସିନୀ ଜେନା, ଉପ ଜିଲ୍ଲାପାଳ ଶିବ ମାଲଭିୟା ପ୍ରମୁଖ ଯୋଗ ଦେବେ । ଚାରି ଦିନିଆ ଏହି କାର୍ଯ୍ୟକ୍ରମରେ ସିନେ ଓ ଆଲବମ ଷ୍ଟାର, ଯଶସ୍ବୀ କଳାକାର ଓ ଶିକ୍ଷାବିତ, ସ୍ମରଣିକା ସୁବର୍ଣ୍ଣ ସ୍ମାରକୀ -ଲଷ୍ମୀ, ମଶାଲ ଯାତ୍ରା, ମେଲୋଡି ଓ ମେଲୋଡି ଷ୍ଟାର ପ୍ରୋଗ୍ରାମ, ଆଦିବାସୀ ଲୋକ ନୃତ୍ୟ, ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀ ରେ ପୂରାତନ ଛାତ୍ର ସଂଗଠନର ପ୍ରମୁଖ କାର୍ଯ୍ୟକର୍ତ୍ତା ମହେଶ୍ୱର ଜେନା, ଲଷ୍ମୀଧର ଦାସ, ସୀତାଂଶୁ ଶେଖର ସାହୁ, ଭଜହରି ପରିଡା, ଗୌରାଙ୍ଗ ସାମନ୍ତ, ଶୁଭ୍ରାଂଶୁ ନାୟକ, ସୁଶାନ୍ତ ସାହୁ, ସୁଶାନ୍ତ ଦାଶ, ସୁଶାନ୍ତ ଜେନା, ଅଧ୍ୟାପକ ପରମାନନ୍ଦ ମହାନ୍ତି, ଡ଼ଃ ସୁକାନ୍ତ ଗିରି ପ୍ରମୁଖ ଉପସ୍ଥିତ ରହି ସମାରୋହର ପ୍ରଚାର ପ୍ରସାର ପାଇଁ ସାମ୍ବାଦିକ ମାନଙ୍କ ସାହାଯ୍ୟ ଲୋଡ଼ିଥିଲେ । ସେମାନେ ଆଭିମୁଖ୍ୟ ସମ୍ପର୍କରେ ମଧ୍ୟ କହିଥିଲେ । କାର୍ଯ୍ୟକ୍ରମର ସଂଯୋଜକ ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପକ ପ୍ରଭାତ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସମାରୋହ ଆସନ୍ତା ୭ ରୁ ୧୦ ପର୍ଯ୍ୟନ୍ତ ଜାରି ରହିବ.
