ବିରିତୋଳ କୃଷି ସେବାସମବାୟ ସମିତି ର ଧାନମଣ୍ଡି ଉଦଘାଟନ ଉତ୍ସବ

ତିର୍ତୋଲ,ତା ୨୧/୦୧/୨୦୨୬
ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ, ବିରିତୋଳ କୃଷି ସେବାସମବାୟ ସମିତି ତରଫରୁ ଗତ ବୁଧବାର ପୂର୍ବାହ୍ନରେ, ଚଳିତବର୍ଷ ର ଖରିଫଧାନ କ୍ରୟ ନିମନ୍ତେ ଧାନମଣ୍ଡି ଉଦଘାଟନ ଅନୁଷ୍ଠିତ ହୋଇଯାଇଛି l ସମିତିର ସଭାପତି ଅଶ୍ୱିନୀ ଦାସ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ଭାବେ ତିର୍ତ୍ତୋଲ ବିଧାୟକ ପ୍ରଫେସର ଡ଼ ରମାକାନ୍ତ ଭୋଇ,
ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ ଭୋଇ ଓ ସମ୍ମାନିତଅତିଥି ଭାବେ ଜିଲ୍ଲାପରିଷଦ ଉପାଧ୍ୟକ୍ଷl ସୁଜାତା ମହାନ୍ତି,, ତିର୍ତ୍ତୋଲ ବ୍ଲକ ଅଧ୍ୟ କ୍ଷ ମନୋଜ କୁମାର ବେହେରା, ଉପାଧ୍ୟକ୍ଷl ସନ୍ଧ୍ୟାରାଣୀ ମହାନ୍ତି,ଏ.ବି.ଡ଼ି.ଓ ସତ୍ୟଜିତ ସ୍ୱାଇଁ, ଯୋଗାଣ ନିରୀକ୍ଷକ ସ୍ୱୟଂପ୍ରଭା ସ୍ୱାଇଁ,ପୂର୍ବତନ ସରପଞ୍ଚ ବିଜୟ ମହାନ୍ତି, ପୂର୍ବତନ ସମିତିସଭ୍ୟ l ମମତା ଦାଶ, ଆର ଏମ ସି ସମ୍ପାଦକ ସୂର୍ଯ୍ୟକାନ୍ତ ଦାସ ଓ କଟକ ସମବାୟ ବ୍ୟାଙ୍କ ତିର୍ତ୍ତୋଲ ଶାଖା ର ମ୍ୟାନେଜର ସୁଶୋଭନ ନାୟକ ପ୍ରମ୍ମୁଖ ମଞ୍ଚାସିନ ହୋଇ, ଧାନମଣ୍ଡି ଦ୍ୱାରା କିପରି ସୁବିଧାରେ ଧାନ ବିକ୍ରୟ କରି ଚାଷୀମାନେ ଉପକୃତ ହୋଇପାରିବେ, ସେ ବିଷୟରେ ତଥ୍ୟ ଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସରରେ ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ କୃଷକପ୍ରତିନିଧି ସାରଦା ଚରଣ ଶତପଥୀ, ଅକ୍ଷୟ ମହାନ୍ତି, ମୁରଲୀଧର ପରିଡା ଓ ପ୍ରମୋଦ କୁମାର ତ୍ରିପାଠୀ ପ୍ରମ୍ମୁଖ ବିଭାଗୀୟ କତୃପକ୍ଷ ପକ୍ଷ୍ ଙ୍କୁ ଅବଗତ କରାଇ ଥିଲେ l ପରିଶେଷରେ ସୋସାଇଟି ର ସମ୍ପାଦକ ଅସିତ କୁମାର ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
