September 8, 2026

ଉମରକୋଟ ଠାରେ “ଭିବି ଜି ରାମ୍ ଜି” ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ…..

IMG-20260121-WA0035
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)

ନବରଙ୍ଗପୁର ଜିଲ୍ଲା ଉମରକୋଟ ଭାଜପା କର୍ଯ୍ୟାଳୟ ଠାରେ “ଭିବି ଜି ରାମ୍ ଜି “ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ‘ଭିବି ଜି ରାମ୍ ଜି “ଏହାର ସମ୍ପୂର୍ଣ୍ଣ ଶବ୍ଦ ହେଲା ବିକଶିତ ଭାରତ ଗ୍ୟାରେଣ୍ଟି ରୋଜଗାର ଆଜୀବିକ ମିଶନ ଗ୍ରାମିଣ। ଏହା ପୂର୍ବେ ୟୁପିଏ ସରକାର ରେ ଏମ୍ ଜି ଏନ ଆର ଇ ଜି ଏ ନାମରେ ଥିଲା ଏହି ଯୋଜନା ଦୀର୍ଘକାଳୀନ ଭ୍ରଷ୍ଟାଚାର ରେ ପ୍ରଭାବିତ ଥିଲା। ଏହି ମନରେଗା ଯୋଜନାର ସଂରଚନାତ୍ମକ ବିଫଳତାକୁ ସ୍ବୀକାର କରି ବର୍ତ୍ତମାନ କେନ୍ଦ୍ରରେ ଥିବା ଏନ୍.ଡି.ଏ.ସରକର ଗ୍ରାମୀଣ ନିଯୁକ୍ତିକୁ ଏକ ନୂତନ ପରିଭାଷା ପ୍ରଦାନ କରି “ଭିବି ଜି ରାମ୍ ଜି’ ୨୦୨୫ ନାମରେ କାର୍ଯ୍ୟକାରି କରିଛନ୍ତି। ପ୍ରତ୍ୟେକ ଗରୀବ ବ୍ୟକ୍ତିଙ୍କୁ ସମ୍ମାନର ସହିତ ନିଯୁକ୍ତି ଦେବା, ପ୍ରତ୍ୟେକ ନୂତନ ଯୋଜନାର ନିଯୁକ୍ତି ୧୦୦ ଦିନରୁ ୧୨୫ ଦିନକୁ ବୃଦ୍ଧିକରିବା, ଠିକ୍ ସମୟରେ ପ୍ରତ୍ୟେକ ୭ ଦିନରେ ମଜୁରି ପ୍ରଦାନ କରିବା ବେଉଷଣ ଏବଂ ଅମଳ ସମୟରେ ୬୦ ଦିନ କାର୍ଯ୍ୟ ବନ୍ଦ, ଏହି ଯୋଜନା ଅଧିନରେ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା (VGPP)କରାଯିବ ତଥା ତୃଣମୂଳ ସ୍ତରର ରୁ ଗ୍ରାମିଣ ବିକାଶ କୁ ତ୍ବରାନ୍ବିତ କରାଯିବ। ଏହା ପି ଏମ୍ ଗତିଶକ୍ତି ସହିତ ସମନ୍ବିତ କରାଯିବା ସହ ଏଥିରେ କେନ୍ଦ୍ର ର ୬୦% ଏବଂ ରାଜ୍ଯ ର ୪୦% ଅନୁଦାନ ରହିବ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ପାଇଁ ୯୦% /୧୦% ରହିବ। ବିକଶିତ ଗ୍ରାମ ପଞ୍ଚାୟତ ରୁ ବିକଶିତ ଭାରତର ଗଢିବା ଏହାମଧ୍ୟ ଏକ ମାଧ୍ୟମ। ଏହି ସମସ୍ତ ବିଷୟରେ ଭାଜପାର ଗ୍ରାମାଞ୍ଚଳରେ ନେତୃତ୍ବ ନେଉଥିବା କାର୍ଯ୍ଯକର୍ତ୍ତାଙ୍କୁ ତାଲିମ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଶ୍ରୀ କୁଞ୍ଜ ବିହାରୀ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ସୁରେଶ ଆଚାର୍ଯ୍ଯ, ଜ୍ୟୋତି ରଞ୍ଜନ କଂଶ,ଭିବି ଜି ରାମ୍ ଜି ଟୋଲି ଡାବୁଗାଁ କୋଡିନେଟର ଲିଂଗରାଜ ଭତ୍ରା, ଉମରକୋଟ କୋଡିନେଟର ଭୋଜନାଥ ଗଣ୍ଡ, ଝରିଗାଁ କୋଡିନେଟର ଚନ୍ଦ୍ର ଭାନୁ ନାୟକ, ଉମରକୋଟ ନଗର ମଣ୍ଡଳ ସଭାପତି ସନ୍ତୋଷ ଶର୍ମା, ସାଧାରଣ ସମ୍ପାଦକ ପ୍ରଭାତ କୁମାର ନାୟକ ଙ୍କ ସହ ଭାଜପାର ବହୁତ କାର୍ଯ୍ଯକର୍ତ୍ତା ଉପସ୍ଥିତ ଥିଲେ।

You may have missed