April 27, 2026

ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟ ର ୩୪ ତମ ବାର୍ଷିକ ଉତ୍ସବ

IMG-20260121-WA0033
Share

ଗଜପତି – ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ କଇଁପୂର୍ ସ୍ଥିତ ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟ ର ୩୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାରଳା ବିଧାୟକ ଇ ରୁପେସ ପାଣିଗ୍ରାହୀ, ମୁଖ୍ୟ ବକ୍ତା ଭାବେ ରାୟଗଡ଼ ବ୍ଲକ୍ ଅଧ୍ୟକ୍ଷା ପୁର୍ଣ୍ଣ ବାସୀ ନାୟକ ସମ୍ମାନୀତ ଅତିଥି,  ଓଏଲ୍ ର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ୧୪ନଂ ଜନ ଜିଲ୍ଲାପରିଷଦ ପୀତାମ୍ବର ନାୟକ, ଉଦିତ ବାବୁ ଆନ୍ଦ୍ରାପ , କଇଁପୁର ମହେନ୍ଦ୍ର ତନୟା ଆଶ୍ରମ ସ୍କୁଲ୍ ର ଅଧକ୍ଷ ପ୍ରକାଶ କୁମାର ଜେନା, ଆଶ୍ରମ ବିଦ୍ୟାଳୟ ର ଫାଇନାନ୍ସ ମେନେଜର ଚନ୍ଦ୍ର ମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ, ପ୍ରଥମେ ବିଧାୟକ ରୂପେଷ ପାଣିଗ୍ରାହୀ ଙ୍କୁ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ ସ୍ବାଗତ ଜଣାଇଥିଲେ ଓ ପରେ ସ୍ମାର୍ଟ କ୍ଲାସ ଶୁଭ ଆରମ୍ଭ ପରେ ବିଦ୍ୟାଳୟ ସମସ୍ତ ଶ୍ରେଣୀ ଗୃହ ପରିଦର୍ଶନ କରିଥିଲେ , ପରେ ବାର୍ଷିକ ଉତ୍ସବ ରେ ଯୋଗଦେଇଥିଲେ। ପ୍ରଦୀପ ପ୍ରଜଳନ ପରେ ଅତିଥି ଗଣ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ବାର୍ଷିକ କ୍ରୀଡା ରେ ଭାଗ ନେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ଗଣ ମାନ ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ। ପରେ ମନରଞ୍ଜନ କାର୍ଯ୍ୟକ୍ରମ ଯାଇଥିଲା । ଏହି ଉତ୍ସବ ଟି କୁ ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ଜେନା ଆୟଜନ କରିଥିବା ବେଳେ ସ୍କୁଲ୍ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯାଗ କରିଥଲେ।