April 25, 2026

ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ଉତ୍ସବ ପାଳନ 

IMG-20260113-WA0073
Share

ଛତ୍ରପୁର ତା ୧୩/୧/୨୬(ଅରୁଣ କୁମାର ପଣ୍ଡା )ପ୍ରତି ବର୍ଷ ଭଳି ଚଳିତ ବର୍ଷ ସାରା ରାଜ୍ୟରେ ପାଣି ପଂଚାୟତ ପକ୍ଷ ପାଳନ ଜାନୁଆରୀ ୬ ତାରିଖ ରୁ ଜାନୁଆରୀ ୨୦ତାରିଖ ପର୍ଯ୍ୟନ୍ତ ପାଳନ କରିବା ଲାଗି ସରକାର ଙ୍କ ତରଫରୁ ସ୍ଥିର କରାଯାଇ ଥିଲା ଏହି କ୍ରମରେ ଜଳ ସମ୍ପଦ ବିଭାଗ ଅଧୀନ ରେ ଥିବା ପ୍ରତେକ ବିଭାଜନ ଯଥା ବୃହତ ଏବଂ ମଧ୍ୟମ ଜଳ ସେଚନ, ଖୁଦ୍ର ଜଳସେଚନ, ଉଠା ଜଳସେଚନ, ବୃହତ ଉଠା ଜଳସେଚନ ତରଫରୁ ଜାନୁଆରୀ ୬ତାରିଖ ରୁ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଉତ୍ସବ ଅନୁଷ୍ଠିତ ହୋଇଅଛି। ଜଲସମ୍ପଦ ବିଭାଗ ତରଫରୁ ଜନସଚେତନତା ଲାଗି ପାଣି ପଂଚାୟତ ରଥ ଗଞ୍ଜାମ ଜିଲ୍ଲାପାଳ ଙ୍କ ଦ୍ଵାରା ଉଦଘାଟନ କରି ଜିଲ୍ଲା ର ପ୍ରତେକ ବ୍ଲକ ପରିଭ୍ରମଣ କରି ଜାନୁଆରୀ ୧୩ ତାରିଖ ରେ ଛତ୍ରପୁର ଡି ଆର ଡି ଏ ଠାରେ ଉଦଯାପିତ ହୋଇଅଛି। ଏହି ପରିପ୍ରେକ୍ଷୀରେ ସମଗ୍ର ଜିଲ୍ଲାର ଛାତ୍ର ଛାତ୍ରୀ ଙ୍କୁ ନେଇ ବିଭିନ୍ନ ବିଭାଗ ର ପ୍ରତିଯୋଗିତା ମାନ ଅନୁଷ୍ଠିତ କରାଯାଇଥିଲା ଏବଂ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ଚାଷ ସହ ସମ୍ବନ୍ଧିତ ପ୍ରତେକ ବିଭାଗ କୁ ଓ ଅଗ୍ରଣୀ ଚାଷୀ ମାନଂକୁ ମଧ୍ୟ ଉକ୍ତ ସଭା ରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା।ଖାଦ୍ୟ, ଫୁଲ, ମାଛ,ଚାଷ ଉପକରଣ ଉପରେ ଏକ ପ୍ରଦର୍ଶନୀ ହୋଇଥିଲା ଏହି ଉତ୍ସବ ରେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ନାୟକ, ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ ଓ ଜିଲ୍ଲା ପରିଷଦ ଉପାଧକ୍ଷା ରାଜେଶ୍ୱରୀ ଦୋରା ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜୀବ କୁମାର ପଣ୍ଡିତ, ଅଧିକ୍ଷଣ ଯନ୍ତ୍ରୀ ସୁବ୍ରତ ପଟନାୟକ ଓ ସଞ୍ଜୟ କୁମାର ପ୍ରଧାନ, ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ, ଗଙ୍ଗାଧର ଦାସ, ସଦାଶିବ ପାତ୍ର, ସହକାରୀ ଯନ୍ତ୍ରୀ ନଳିନୀ କାନ୍ତ ପଣ୍ଡା, ମୃତ୍ୟଞ୍ଜୟ ସାହୁ, ରବୀନ୍ଦ୍ର ନାହାକ, ମଧୁସୂଦନ ଦାସ ଉପସ୍ଥିତ ଥିଲେ ମଞ୍ଚ ପରିଚାଳନା କରିଥିଲେ ନିର୍ବାହୀ ଯନ୍ତ୍ରୀ ନିରଞ୍ଜନ ସାହୁ।