April 25, 2026

‘ସ୍ବଦେଶୀ ସଂକଳ୍ପ ରଥ’ କୁ ଭବ୍ୟ ସ୍ବାଗତ–

IMG-20260113-WA0071
Share

 

ମୋହନା ବ୍ଲକ ଲୁହାଗୁଡ଼ି ଗ୍ରାମରେ ସ୍ବଦେଶୀ ସଂକଳ୍ପ ରଥ’ କୁ ଭବ୍ୟ ସ୍ବାଗତ କରାଯାଇଛି। ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ଦିବସରେ ଏହି ରଥ ଶୁଭାରମ୍ଭ କରାଯାଇଥିଲା। ଭାରତ ବିଶ୍ଵର ୪ର୍ଥ ଆର୍ଥିକ ଶକ୍ତି ଭାବେ ଉଭା ହୋଇଛି। କିଛି ବର୍ଷ ମଧ୍ୟରେ ୩ୟ ଆର୍ଥିକ ଶକ୍ତିରେ ପରିଣତ ହେବ ନିଜସ୍ବ କୌଶଳରେ ନିର୍ମିତ ଉତ୍ପାଦ ଦ୍ରବ୍ୟର ବହୁଳ ବ୍ୟବହାର ହେଲେ ଦେଶ ଆତ୍ମ ନିର୍ଭରଶୀଳ ହେବା ନେଇ ଲକ୍ଷ୍ୟ ରଖା ଯାଇଛି।ଦେଶକୁ ବିଶ୍ବର ପ୍ରଥମ ଆର୍ଥିକ ଶକ୍ତି କିରବାକୁ ହେଲେ ସ୍ବଦେଶୀ ବସ୍ତୁର ନିର୍ମାଣ ଓ ବ୍ୟବହାର ସବୁଠୁ ବଡ଼ ମାର୍ଗ । ସ୍ବଦେଶୀ ବିନା ବିକାଶ ଓ ବିକାଶ ବିନା ସ୍ବଦେଶୀ ସମ୍ଭବ ନୁହେଁ| ଦେଶକୁ ଆର୍ଥିକ ଶକ୍ତି ଭାବେ ଦେଖିବାକୁ ହେଲେ ବିଦେଶୀ ବସ୍ତୁର ବର୍ଜନ ଓ ସ୍ବଦେଶୀ ଜିନିଷ କୁ ଆପଣେଇବାକୁ ହିଁ ପଡିବା ନେଇ ଓଡିଶା ସ୍ୱଦେଶୀ ଜାଗରଣ ମଞ୍ଚ ର ପୂର୍ବ ପ୍ରାନ୍ତ ସହ ସଂଯୋଜକ ପ୍ରସନ୍ନ ଛୋଟରାୟ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ସଂକଳ୍ପ କରାଇଥିଲେ।

You may have missed