ଡାକ୍ତର ଙ୍କ ଆନ୍ଦୋଳନ ରୋଗୀ ସେବା ବାଧାପ୍ରାପ୍ତ
ଛତ୍ରପୁର ତା ୬/୧/୨୫(ଅରୁଣ କୁମାର ପଣ୍ଡା )ଓମସାର ଡକରା କ୍ରମେ ଗଞ୍ଜାମ ଶାଖା ପକ୍ଷରୁ ଏହାକୁ ସମର୍ଥନ ଜଣାଇଛନ୍ତି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ର ଡାକ୍ତର ମାନେ ୧୮ ଦଫା ଦାବି ନେଇ ସରକାରଙ୍କ ନିକଟରେ ଦାବି କରା ଯାଉଥିବା ବେଳେ ସରକାର ଏହାକୁ ଅଣଦେଖା କରୁଥିଲେ ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା ସହ ସୁରକ୍ଷା, ମୂଳ ଦରମା ବୃଦ୍ଧି ଭଳି, କ୍ୟାଡର ଗଠନ, ଅନ୍ୟାନ୍ୟ ଦାବି ପାଇଁ ସରକାରଙ୍କ ଅଣଦେଖା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏଶନ (ଓମସା)ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ପୂର୍ବରୁ ଏକ ଘଣ୍ଟା ଆନ୍ଦୋଳନ କରାଯାଉଥିବା ବେଳେ ସୋମବାରଠାରୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ୯ ରୁ ୧୧ ଯାହାକି ୨ ଘଣ୍ଟା ଓପିଡି (ବର୍ହିବିଭାଗ) ରୋଗୀସେବା ବନ୍ଦ କରଯାଇଛି।ଯାହାଫଳରେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ୯ ଟା ହେଲେ ସେମାନେ ୨ଘଣ୍ଟା ପ୍ରର୍ଯ୍ୟନ୍ତ ଓପିଡିରେ ସେବା ଯୋଗାଉନାହାନ୍ତି। ଏହି ଚିକିତ୍ସାଳୟ ଉପରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ସହିତ ଖଲ୍ଲିକୋଟ ଓ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଲୋକ ମାନେ ନିର୍ଭର କରୁଥିବା ବେଳେ ଏପରି ସମସ୍ୟା ଯୋଗୁ ବହୁତ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି ।ଅନ୍ୟପଟେ ସରକାର ଡାକ୍ତରଙ୍କ ଦାବିଗୁଡିକ ପୂରଣ କରିବା ସହିତ ରୋଗୀଙ୍କୁ ଉଚିତ ସେବା ଯୋଗାଇବା ନିମନ୍ତେ ସାଧାରଣରେ ଦାବି ହୋଇଛି ।
