ରମ୍ଭା କପ ସିଜନ-୪ : ଫାଇନାଲ୍ ରେ ରମ୍ଭା କ୍ରିକେଟ କ୍ଲବ ବିଜୟୀ

ଛତ୍ରପୁର ତା ୬/୧/୨୬(ଅରୁଣ କୁମାର ପଣ୍ଡା )ରମ୍ଭା ହାଇସ୍କୁଲ ମିନି ଷ୍ଟାଡିୟମରେ ରମ୍ଭା କପ୍ ସିଜନ-୪ ପକ୍ଷରୁ ସଂଗଠିତ ଅନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୧୩ତମ ଦିନରେ ଆଇ.ସି.ସି. ଇଛାପୁରମ୍ ସହ ରମ୍ଭା କ୍ରିକେଟ କ୍ଲବ ମଧ୍ୟରେ ଖେଳ ରବିବାର ଅନୁଷ୍ଠିତ ହୋଇଯାଇଛି l ରବିବାର ସନ୍ଧ୍ୟାରେ ଆୟୋଜିତ ଉଦ ଯାପାନୀ ସନ୍ଧ୍ୟାରେ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ସମ୍ମାନୀତ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା l ରମ୍ଭା ଏନ.ଏ.ସି. ଅଧ୍ୟକ୍ଷା ମାନସୀ ସ୍ୱାଇଁ, ଉପାଧ୍ୟକ୍ଷ କାଳିଆ ତରେଇ, ବିଧାୟକ ପ୍ରତିନିଧି ଏନ. ଦୁର୍ଯ୍ୟୋଧନ ରେଡ୍ଡୀ, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ନାହାକ, ଅଧ୍ୟକ୍ଷା ପ୍ରତିନିଧି କାହ୍ନା ସ୍ୱାଇଁ, ସଞ୍ଜିତ ରାଉଳ, ଭୀମସେନ ବେହେରାଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l
ରମ୍ଭା କ୍ରିକେଟ କ୍ଲବ ସଭାପତି ସୀମାଞ୍ଚଳ ବାଡାତ୍ୟା, ଉପସଭାପତି ହିମାଂଶୁ ବୈଠାରୁ, ସମ୍ପାଦକ ବିବେକାନନ୍ଦ ପଟ୍ଟନାୟକ, ଟୁର୍ଣ୍ଣାମେଣ୍ଟ ସଂଗଠକ ସଭାପତି ଟି.ବାପୁଜୀ ସୁବୁଦ୍ଧି, ପ୍ରମୁଖ ମଞ୍ଚାସୀନ ରହିଥିଲେ l ଆନ୍ତଃ-ରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୧୩ତମ ଦିନରେ ୧୦ ଟି କ୍ରୀଡ଼ା ଟିମ୍ ଟୁର୍ଣ୍ଣାମେଣ୍ଟରେ ଯୋଗଦେଇଥିଲେ । ଏହି ପ୍ରଥମ ଇନିନ୍ସରେ ଆଇ.ସି.ସି. ଇଚ୍ଛାପୁରମର ଅଧିନାୟକ ଜି. ଲାବନ ଟସ୍ ଜିତି ବୋଲିଂ ର ନିଷ୍ପତି ନେଇଥିଲେ l ନିର୍ଦ୍ଧାରୀତ ୨୦ ଓଭର ରେ ରମ୍ଭା କ୍ରିକେଟ କ୍ଲବ ଅଧିନାୟକ ମହେଶ୍ୱର ନାୟକ ୯ ଗୋଟି ଉଇକେଟ ବିନିମୟରେ ୧୬୨ ରନ୍ ସଂଗୃହିତ କରିଥିଲେ l ରମ୍ଭା ଦଳ ପକ୍ଷରୁ ଉପ-ଅଧିନାୟକ ସଚିନ କୁମାର ଗୌଡ଼ ସର୍ବାଧିକ ୩୯ ଗୋଟି ବଲରେ ୩୪ ରନ ସଂଗୃହିତ କରି ବେଷ୍ଟ ବେଟସ ମେନ ଘୋଷିତ ହୋଇଥିଲେ l ଜବାବରେ ଇଚ୍ଛାପୁରମର ପୃଥିବୀ ୩୦ଗୋଟି ବଲରେ ସମ୍ମୁଖୀନ ହୋଇ ୩୬ ରନ ସଂଗୃହିତ କରିଥିଲେ l ରମ୍ଭା ଦଳ ତରଫରୁ ଆୟୁଷ କୁ ୪ ଓଭର ରେ ୨୬ ରନ୍ ଦେଇ ୩ଟି ଉଇକେଟ ଅକ୍ତିଆର କରି ମେନ ଅଫ ମେଚ୍ ଘୋଷିତ ହୋଇଥିଲେ l
ମୁଖ୍ୟ ଅତିଥି ସାଂସଦ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ମେନ ଅଫ ଦି ମେଚ୍ ଆୟୁଷଙ୍କୁ ଟ୍ରଫି ପୁରସ୍କାର ପ୍ରଦାନ କରିଥିଲେ l ତତ ସଙ୍ଗେ ସଙ୍ଗେ ୨ଦଳର ଅଧିନାୟକଙ୍କୁ ଉଇନେର ମହେଶ୍ୱର ନାୟକଙ୍କୁ ଅତିଥିମାନେ ଟ୍ରଫି ସହ ୪୦ ହାଜର ଟଙ୍କାର ଚେକ୍ ପ୍ରଦାନ ଏବଂ ରନର ଙ୍କୁ ଟ୍ରଫି ସହ ୨୫ ହଜାର ଟଙ୍କା ର ଚେକ୍ ପ୍ରଦାନ କରିଥିଲେ l ଏଥିରେ ଉଦ୍ଘୋଷକ୍ ସନ୍ତୋଷ କୁମାର ନାହାକ ଓ ମହେଶ କୁମାର ମୁନ୍ଦ୍ରା ଧାରା ବିବରଣୀ ପ୍ରଦାନ କରିଥିଲେ l ସ୍କୋରର ଜଗନ୍ନାଥ ଚୌଧୁରୀ କରିଥିବା ବେଳେ ଏମ୍ପାୟାର ଦେବବ୍ରତ ଦେବ ଏବଂ ସୁଶାନ୍ତ ପଣ୍ଡା ରହିଥିଲେ l ରମ୍ଭା କ୍ରିକେଟ କ୍ଳବର ସମସ୍ତ ସଦସ୍ୟ ହାପି, ଗୁପ୍ତ, ଭବାନୀ, ସିଲୁ, ସୌମ୍ୟ, ଚିକୁ, କୃଷ୍ଣ, ବିକି, ଦୁଷ୍ମନ୍ତ, ଉମା, ସଚିନ, ଓ ସଦସ୍ୟା ଜୁଲି, ମଲି, ଇତି, ଝରଣା, ସହ ଅନ୍ୟ ମାନେ ସହଯୋଗ କରିଥିଲେ l ଦୁଇ ଗଣମାଧ୍ୟମ ପ୍ରତିନିଧି ସାମ୍ବାଦିକ ନୀଳାଞ୍ଚଳ ସେନାପତି, ବନବାସୀ ସେଠୀଙ୍କୁ ସମ୍ବର୍ଦ୍ଧନା ସହ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସମସ୍ତ କର୍ମଚାରୀଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ।
