ପ୍ରଦେଶ କଂଗ୍ରେସ କମିଟିର ସଭାପତି ହେଲେ ଡାକ୍ତର ଆଇ ଗୋବର୍ଦ୍ଧନ ରାଓ
କୋଲନରା :(ସଞ୍ଜୀବ କଣ୍ଡାଗରୀ )ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ର ବରିଷ୍ଠ କଂଗ୍ରେସ କର୍ମୀ ଡାକ୍ତର ଗୋବର୍ଦ୍ଧନ ରାଓ ଙ୍କ ନିର୍ମଳ ଭାବମୂର୍ତି ସ୍ୱଚ୍ଛଟ ସମାଜସେବୀ ଲୋକଙ୍କ ସହ ସୁସମ୍ପର୍କ ସୁଖରେ ଦୁଃଖ ରେ ଯୋଡ଼ି ହୋଇ ସମାଜ ର କଲ୍ୟାଣ କରି ଆସୁଥିବା ବ୍ୟକ୍ତି ଡାକ୍ତର ରାଓ ।ଡାକ୍ତର ରାଓ ଙ୍କ କାର୍ଯ୍ୟ କୁ ଦେଖି ପ୍ରଦେଶ କଂଗ୍ରେସ କମିଟିର ପିସିସି ସଭାପତି ଭକ୍ତ ଚରଣ ଦାସ ଅନୁମୋଦନ କ୍ରମେ ରାୟଗଡ଼ା ବିଧାୟକ ତଥା କଂଗ୍ରେସର ଜିଲ୍ଲା ସଭାପତି ଆପାଲସ୍ୱାମୀ କାଡ୍ରକା ଡାକ୍ତର ଗୋବର୍ଦ୍ଧନ ରାଓ ଙ୍କୁ କୋଲନରା ବ୍ଲକ କଂଗ୍ରେସ କମିଟିର ସଭାପତି ଭାବେ ଦାୟିତ୍ୱ ଦେଇଛନ୍ତି। ଆଗାମୀ ପଞ୍ଚାୟତରାଜ ନିର୍ବାଚନ କୁ ଆଖି ଆଗରେ ରଖି କି ଭଳି ଭାବେ କଂଗ୍ରେସ ଦୋଳ ମଜବୁତ ହୋବ କଂଗ୍ରେସ ଦଳ ଭଲ ପ୍ରଦର୍ଶନ କରିବ ସେ ନେଇ ଭଲ ଅଭିଜ୍ଞତା ଥିବା ନେଇ ଦଳ ଆଶା କରିଛି ।ମୋ ଉପରେ ବିଶ୍ୱାସ ରଖି ଦଳ ପୁନର୍ବାର ମୋତେ କୋଲନରା ବ୍ଲକ ସଭାପତି କରିଥିବାରୁ ମୁ ମୋ କଂଗ୍ରେସ ଦଳର ସମସ୍ତ ରାଜ୍ୟ ଠାରୁ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଜଣାଉଛି ବୋଲି ଡାକ୍ତର ରାଓ କହିଛନ୍ତି ।ଏହି ଅବସରରେ ଶ୍ରୀ ରାଓ ବିଧାୟକ ନୀଳମାଧଵ ହିକକା, ସଭାପତି ଆପଲ ସ୍ୱାମୀ କାଡ୍ରକା,ସାଂସଦ କୋରାପୁଟ ଶପ୍ତଗିରି ଉଲ୍ଲକା,ଡାକ୍ତର ଦୁର୍ଗା ପ୍ରସାଦ ପଣ୍ଡା,ଲେଙ୍କା କଣ୍ଡାଗରୀ,ଜଗନ୍ନାଥ ପଣ୍ଡା,ସୁରେନ୍ଦ୍ର ତାଢ଼ିଙ୍ଗି,ବୁଡୁ କଣ୍ଡାଗରୀ, ଭାସ୍କର ମାଣ୍ଡଙ୍ଗି ସମେତ କର୍ମୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଦ୍ୱିତୀୟ ଥର ପ୍ରଦେଶ କଂଗ୍ରେସ କମିଟିର ସଭାପତି ହୋଇଥିବା ଯୋଗୁଁ ମୁକୁନ୍ଦପୁର ଅଞ୍ଚଳରେ ଖୁସିର ଲହର ଦେଖିବାକୁ ମିଳିଛି ।
