ଜେ କେ ପେପର ର ପ୍ରତିଷ୍ଠାତା ସ୍ୱର୍ଗତ ଲାଲ କମଳା ପତ ସିଂଘାଣିଆଙ୍କ ୧୪୧ତମ ଜନ୍ମ ଜୟନ୍ତୀ ମହାସମାରୋହରେ ଅନୁଷ୍ଠିତ …
ରାୟଗଡା(ରବି ରାଜ ବୈଦ୍ୟ)ରାୟଗଡା ଜିଲ୍ଲା ସଦର ଜେ କେ ପେପର ଲିମିଟେଡ଼ ର ପ୍ରତିଷ୍ଠାତା ସ୍ୱର୍ଗତ ଲାଲ କମଳାପତ ସିଂଘାଣିଆ ଙ୍କ ୧୪୧ତମ ଜନ୍ମ ଜୟନ୍ତୀ କମ୍ପାନୀ ପରିସରରେ ମହା ଆଡ଼ମ୍ବର ସହକାରେ ସମାପନ କରାଯାଇଛି।ସର୍ବ ପ୍ରଥମେ ଜେ କେ ପେପର ୟୁନିଟ ହେଡ଼ ତଥା କାର୍ଯ୍ୟ ନିର୍ବାହୀ ଉପାଧ୍ଯକ୍ଷ ଶ୍ରୀଯୁକ୍ତ ବିନୟ ଦିବେଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରିସର ମଧ୍ୟରେ ସ୍ଥାପିତ ସ୍ୱର୍ଗତ କମଳା ପତ ସିଂଘାଣିଆଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଥିଲେ ଏହି ଅବସରରେ ସଂଗଠନର ସମୃଦ୍ଧ ଐତିହ୍ୟ ମୂଳ ମୂଲ୍ୟ ବୋଧ ଏବଂ ଶ୍ରମର ମର୍ଯ୍ୟାଦା ଏବଂ ଲୋକ କେନ୍ଦ୍ରୀୟ ଅଭିବୃଦ୍ଧି ପ୍ରତି ଦୃଢ଼ ପ୍ରତିବାଦ୍ଧତାକୁ ପୁନଃ ନିର୍ଦ୍ଧିଷ୍ଟ କରାଯାଇଥିବା ଅତିଥି ମତ ରଖିଥିଲେ।କାର୍ଯ୍ୟକ୍ରମ ଶେଷରେ ସିଂଘାଣିଆ ପବ୍ଲିକ ସ୍କୁଲର ଜେ କେ ପୁର ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପାରମ୍ପରିକ କଳା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏଥି ସହ ଦୀର୍ଘ ଦିନ ଧରି ସଂଗଠନ ସହ ସୁସମ୍ପର୍କ ରଖି ନିଷ୍ଠା ଓ ନିସ୍ଵାର୍ଥପର ଭାବେ କାର୍ଯ୍ୟ କରିଆସୁଥିବା କର୍ମଚାରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସଂମ୍ମାନୀତ କରଯାଇଥିଲା। ଆୟୋଜିତ ସମାରୋହରେ ମହା ପ୍ରବନ୍ଧକ ଏଚ ଆର ମୂନ ଦୀପ ପାଣ୍ଡେ ମଞ୍ଚ ପରିଚାଳନା କରିଥିବା ବେଳେ ଉପାଧ୍ଯକ୍ଷ
ଶ୍ରୀଯୁକ୍ତ ବିଶ୍ୱଜିତ ଦିବେଦୀ ଉପସ୍ଥିତ ଅତିଥି ଓ ସଂମ୍ମାନୀୟ ଅତିଥି ସହ ସମସ୍ତ କର୍ମଚାରୀ ଙ୍କୁ ଧନ୍ୟବାଦ ଦେବା ସହ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଲୋକ ସମ୍ପର୍କ ଅଧିକାରିଣୀ ଶ୍ରୀମତୀ ସୃତି ରେଖା କର ଶ୍ରୀ ହରିହର ଖମ୍ବାରି ଙ୍କ ଆତିଥ୍ୟ କୁ ଗଣମାଧ୍ୟମ ପ୍ରତିନିଧି ମାନେ ଭୁରି ଭୁରି ପ୍ରଶଂସା କରିବା ସହ ଏପରି ଆତିଥ୍ୟ କୁ କେବେ ଭୁଲି ପାରିବେ ନାହିଁ ବୋଲି ଆତ୍ମ ବିଭୋର ହୋଇ ଯାଇଥିଲେ।
