March 12, 2026

ଗଜପତି:- ଅନଲାଇନ୍ ସୁରକ୍ଷା ଏବଂ ସାଇବର-ବୁଲିଂ ସମ୍ପର୍କିତ ବ୍ଲକ୍ ସ୍ତରୀୟ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ .

IMG-20251220-WA0124
Share

ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ଅନ୍ତର୍ଗତ ଖଜୁରିପଦା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ “ବେଟି ବଚାଓ ବେଟି ପଢ଼ାଓ” କାର୍ଯ୍ୟକ୍ରମ ଅନ୍ତର୍ଗତ ” ଅନଲାଇନ୍ ସୁରକ୍ଷା ଏବଂ ସାଇବର-ବୁଲିଂ” ଉପରେ ଏକ ବ୍ଲକ ସ୍ତରୀୟ କର୍ମଶାଳା ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି ।

ଏହି କର୍ମଶାଳା କାର୍ଯ୍ୟକ୍ରମରେ ଶ୍ରୀ ରାଜେଶ କୁମାର ମିଶ୍ର , ଶିକ୍ଷାପ୍ରାପ୍ତ ସରକାରୀ ଓକିଲ , ଜିଲ୍ଲା କୋର୍ଟ, ଗଜପତି ପ୍ରମୁଖ ସାଧନ ବ୍ୟକ୍ତି ଭାବରେ ଯୋଗ ଦେଇଥିଲେ। ଏହି କର୍ମଶାଳାରେ ନୂଆଗଡ ସିଡିପିଓ: , ଏସ ଏଫଏଲ , ଡି:ଏଚ:ଇ:ଡବ୍ଲ୍ୟୁ: , ଗଜପତି , ବି:ଇ:ଓ: , ନୂଆଗଡ଼ , ନୂଆଗଡ଼ ଡ:ବ୍ଲ୍ୟୁ:ଓ:, , ବନ୍ଧନ ବ୍ୟାଙ୍କ- ବ୍ୟାଙ୍କ ପରିଚାଳକ , ନୂଆଗଡ ଜି:ପି:ଡିଓ: , ସମସ୍ତ ଆଇ:ସି:ଡି:ଏସ: , କର୍ମଚାରୀ , ଏସ:ଏଚ:ଜି: ସଦସ୍ୟ , ଛାତ୍ର , ଆଶା କର୍ମୀ ଏବଂ ଅନ୍ୟାନ୍ୟ ଅଂଶୀଦାର ମାନେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମ ସମୟରେ , ସାଇବର ବୁଲିଂ , ସାଇବର ଠକେଇ , ସାଇବର ଅପରାଧ , ନକଲି କଲ , ସନ୍ଦିଗ୍ଧ ଲିଙ୍କ୍ , ନକଲି ମେସେଜ୍ , ବ୍ୟାଙ୍କ ସମ୍ବନ୍ଧୀୟ ଅନଲାଇନ୍ ଠକେଇ ଏବଂ ଡିଜିଟାଲ୍ ପ୍ଲାଟଫର୍ମ’ର ନିରାପଦ ଏବଂ ଦାୟିତ୍ୱପୂର୍ଣ୍ଣ ବ୍ୟବହାର ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକ ଉପରେ ବ୍ୟାପକ ସଚେତନତା ସୃଷ୍ଟି କରା ଯାଇଥିଲା।

ସାଧନ ବ୍ୟକ୍ତି ସାଇବର ଅପରାଧ’ର ଆଇନଗତ ଦିଗ , ପ୍ରତିରୋଧକ ପଦକ୍ଷେପ ଏବଂ ଇଣ୍ଟରନେଟ୍ ଏବଂ ସୋସିଆଲ ମିଡିଆ ବ୍ୟବହାର କରିବା ସମୟରେ ସତର୍କ ରହିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ଅଂଶଗ୍ରହଣକାରୀ ମାନଙ୍କୁ ଅନଲାଇନ୍ ସୁରକ୍ଷା ଅଭ୍ୟାସ ବିଷୟରେ ମଧ୍ୟ ସଚେତନ କରା ଯାଇଥିଲା ଏବଂ ସାଇବର ସମ୍ବନ୍ଧୀୟ ଘଟଣା ଗୁଡ଼ିକର ତୁରନ୍ତ ରିପୋର୍ଟ କରିବା ପାଇଁ ଜାତୀୟ ସାଇବର ଅପରାଧ ହେଲ୍ପଲାଇନ୍ ନମ୍ବର – ୧୯୩୦ ବିଷୟରେ ଅବଗତ କରା ଯାଇଥିଲା ।

ଏହି କର୍ମଶାଳାର ଲକ୍ଷ୍ୟ ଥିଲା ଯେ , କିଶୋରୀ , ମହିଳା ଏବଂ ସମ୍ପ୍ରଦାୟକୁ ସାଇବର ବିପଦରୁ ନିଜକୁ ରକ୍ଷା କରିବା ଏବଂ ” ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ’ର ଉଦ୍ଦେଶ୍ୟ ଅନୁଯାୟୀ ଏକ ସୁରକ୍ଷିତ ଡିଜିଟାଲ୍ ପରିବେଶ’କୁ ପ୍ରୋତ୍ସାହିତ କରିବା ପାଇଁ ଜ୍ଞାନ ସହିତ ସଶକ୍ତ କରିବା।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

——————————————–