September 8, 2026

ପାରଳାଖେମୁଣ୍ଡି ସେଣ୍ଟ ଜୋସଫ ଇଂଲିଶ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ 

IMG-20251220-WA0117
Share

 

 

ପାରଳାଖେମୁଣ୍ଡି:୨୦/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଠାରେ ଥିବା ସେଣ୍ଟ ଜୋସଫ ଇଂଲିଶ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ସ୍କୁଲ ପରିସରରେ ରଙ୍ଗାରଙ୍ଗ ଆଲୋକର ସାଜସଜ୍ଜାରେ ଆଜି ସନ୍ଧ୍ୟାରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ରେଭ ବିସୋଫ ଡ଼. ସରୋଜ ଚନ୍ଦ୍ର ନାୟକ ସଭାପତିତ୍ବ କରିଥିଲେ. ଗଜପତି ଜିଲ୍ଲା ୱେଲଫର ଅଫିସର ସୋଲମନ ରାଇକା, ଜେନେରାଲ ମ୍ୟାନେଜର ଡିଓସେସ ଫାଦର ପ୍ରଶାନ୍ତ କୁମାର ଦିଗାଲ, ଫାଦର ସୁରେଶ ଚନ୍ଦ୍ର ନାୟକ, ସିଷ୍ଟର ଜର୍ଜ ମେରୀ, ପ୍ରିନସିପାଲ ପାରଳାଖେମୁଣ୍ଡି ସେଣ୍ଟ ଜୋସେଫ ସ୍କୁଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳାର ସହିତ ବିଦ୍ୟା ଅର୍ଜନ କରି ଗଜପତି ଜିଲ୍ଲା ଓ ସେଣ୍ଟ ଜୋସେଫ ଇଂଲିଶ ମିଡିୟମ ସ୍କୁଲର ଆଦଶକୁ ବଜାୟ ରଖିବା ସହ ଦେଶ ଓ ସମାଜର ସେବା କରନ୍ତୁ ବୋଲି ଆୱାନ ଦେଇଥିଲେ. ବାର୍ଷିକ ଉତ୍ସବର ସାଧାରଣ ସଭାପରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବହୁ ଆକାଷଣୀୟ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ଏହି କାର୍ଯ୍ୟକ୍ରମରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ଓ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ.

You may have missed