ଅମିୟ କୁମାର ପଟ୍ଟନାୟକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମବାୟ ପ୍ରକୋଷ୍ଠର ନୂତନ ଅଧ୍ଯକ୍ଷ ଭାବେ ନିଯୁକ୍ତି..
ଭୁବନେଶ୍ଵର, ତା ୧୮/୧୨- ଅତ୍କଳ ଭାରତ କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋ ଯୋଜକ ତଥା ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସର ପୂର୍ବତନ ଅଧ୍ଯକ୍ଷ ବିଶିଷ୍ଟ ସମବାୟବିତ୍ର ଅମିୟ କୁମାର ପଟ୍ଟନାୟକଙ୍କୁ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମବାୟ ପ୍ରକୋଷ୍ଠର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଥିବା ପିସିସି ମିଡିଆ ସେଲର ଅଧ୍ୟକ୍ଷ ଅରବିନ୍ଦ ଦାସ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ପ୍ରକାଶ ଥାଉକି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପରାମର୍ଶ କ୍ରମେ ନବନିଯୁକ୍ତ ଅଧ୍ଯକ୍ଷ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଗାମୀ ଦିନରେ ସମବାୟ ପ୍ରକୋଷ୍ଠର କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରୁ ତ୍ବରାନ୍ବିତ କରାଯିବା ସହିତ ପ୍ରତି ପଞ୍ଚାୟତସ୍ତରରୁ ସମବାୟବିତ୍ମାନଙ୍କୁ ଚିହ୍ନଟ କରାଯାଇ ସମବାୟ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଅଣାଯିବ ବୋଲି ଶ୍ରୀ ଦାସ ଜଣାଇଛନ୍ତି।
