ମଦବୋତଲ ଫୋପାଡିବାକୁ ନେଇ ଦୁଇ ପରିବାର ମଧ୍ୟରେ ମାଡପିଟି ଗୋଟିଏ ପରିବାରର ଜଣେ ଗୁରୁତର ମେରାଇନି ଥାନାରେ ମାମଲା
ପୁରୀ ଜିଲ୍ଲା ଗୋପ ବ୍ଳକ ସୁତନ ପଞ୍ଚାୟତ ବାଲିକପିଳେଶ୍ବର ଛକ ଟିକନା ଗାଁରେ ମଦ ବୋତଲ ସୁର ବେହେରା ଦୁଆରକୁ ଫୋପାଡିବାକୁ ନେଇ ସୁର ବେହେରା ଓ ତାଙ୍କ ପୁଅ ପପୁ ବେହେରା ସେହି ଗ୍ରାମର ବିପିନୀ ପ୍ରଧାନ ଙ୍କୁ ଘରେ ପସି ମରଣାନ୍ତକ ଆକ୍ରମଣ କରିଛନ୍ତି। ଏ ନେଇ ମେରାଇନି ଥାନାରେ ଲିଖିତ ଅଭିଯୋଗ ପରେବି ଘଟଣା ସ୍ଥାନରେ ମେରାଇନି ପୋଲିସ ପହଞ୍ଚି ସୁର ବେହେରା ଙ୍କୁ ଥାନାକୁ ଡାକି ଛାଡିଦେବା ସୂଚନା ରହିଛି ଥିବା ବେଳେ ସେପଟେ ବିପିନୀ ପ୍ରଧାନ ରକ୍ତାତ ଅବସ୍ଥାରେ ଘରେ ପଡିରହିଛି। ତାଙ୍କ ଛାତିରେ ଅଧିକ ଯନ୍ତ୍ରଣା ହେବା ସହ ପାଟିରୁ ପ୍ରବଳ ଯୋରରେ ରକ୍ତ ସାହ ହେବା ଦେଖାଦେଇଛି। ବିପିନୀ ପ୍ରଧାନଙ୍କ ବୋଉ ହାର୍ଟ ରୋଗରେ ଚିକିତ୍ସା ହେବାବେଳେ ପୁରର ଏପରି ରକ୍ତ ଝରୁଥିବା ଦେଖି ଘର ଭିତରେ ମୁଣ୍ଡ ପିଟୁଥିବା ଦେଖାଦେଇଛି। ତୁରନ୍ତ ପୁରୀ ଜିଲ୍ଲା ଆରକ୍ଷୀଅଧିକାରି ଓ ୧୦୮ ସେବା ଯୋଗେ ମେଡିକାଲ ନେବା ସହ ବିପିନୀ ଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ବିପିନୀ ଓ ତାଙ୍କ ମା ଛଇଳ ପ୍ରଧାନ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
