ସମ୍ବଲପୁର ଲୋକ ମହୋତ୍ସବ ସ୍ମରଣିକା ପାଇଁ ଲେଖା ଆବଶ୍ୟକ
ସମ୍ବଲପୁର, ୧୬.୧୨():ଓଡିଶା ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦ, ସମ୍ବଲପୁର ମିଳିତ ଆନୁକୂଲ୍ୟରେ ଆସନ୍ତା ଜାନୁୟାରୀ ୪ ରୁ ୮ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଲୋକ ମହୋତ୍ସବ ଅନୁଷ୍ଠିତ ହେବ।
ଏହି ଅବସରରେ ଏକ ସ୍ମରଣିକା ପ୍ରକାଶ ପାଇବ। ଆମର ସଂସ୍କୃତି ଆମର ଟେକ କୁ ଗୁରୁତ୍ୱ ଦେଇ ଲୋକ ସାହିତ୍ୟ, ଲୋକକଳା, ପାରମ୍ପରିକ ବେଶଭୁଷା, ବାଦ୍ୟ ପ୍ରଭୃତି ଉପରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଆଧାରିତ ପ୍ରବନ୍ଧ ପ୍ରକାଶ ପାଇବ। ଏଥିପାଇଁ ପ୍ରତିଷ୍ଠିତ ଓ ନବୀନ ସାହିତ୍ୟିକ, ପ୍ରାବନ୍ଧିକ ଓ ଗବେଷକଙ୍କ ଠାରୁ ଜିଲ୍ଲା ସାଂସ୍କୃତିକ ପରିଷଦ ଲେଖା ଆହ୍ୱାନ କରୁଛି।ଲେଖା ଗୁଡିକ ସ୍ମରଣିକା ଆବାହକ ଙ୍କ drrajaramsarangi@gmail.com ମେଲ, ୯୪୩୭୪୦୫୪୫୫ ୱାର୍ଡସଫ କିମ୍ବା ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲାପାଳ କାର୍ଯ୍ୟାଳୟ, ସମ୍ବଲପୁର ଡାକ ଠିକଣାରେ ଲେଖା ଗୁଡିକ ଚଳିତ ମାସ ୨୮ ତାରିଖ ସୁଦ୍ଧା ପଠାଇବାକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଅମୃତଲାଲ ବେହେରା ଅନୁରୋଧ କରିଛନ୍ତି। ଲେଖା ଗୁଡିକ ନିର୍ଭୁଲ ଓ ସାରଗର୍ଭକ ହୋଇଥିବା ଆବଶ୍ୟକ।
