April 30, 2026

ହାଟଡିହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଡାକ୍ତର ନିଯୁକ୍ତି ଦେବାକୁ ଦାବିପତ୍ର

IMG-20230509-WA0012
Share

ହାଟଡିହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଡାକ୍ତର ନିଯୁକ୍ତି ଦେବାକୁ ଦାବିପତ୍ର

ହାଟଡିହି ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତିକୁ ନେଇ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଦାବିପତ୍ର ପ୍ରଦାନ କରିଛନ୍ତି ।ହାଟଡିହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ପାଖାପାଖି ଲକ୍ଷାଧିକ ଲୋକ ନିର୍ଭର କରିଥାନ୍ତି ।ଏ ସମ୍ପର୍କରେ ସ୍ଥାନୀୟ ଜନପ୍ରତିନିଧିଙ୍କ ସମେତ ଉପଖଣ୍ଡ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଅଦ୍ୟାବିଧି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜନସାଧାରଣଙ୍କୁ ସୁଫଳ ମିଳିପାରୁ ନାହିଁ ।ଏନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରଶାସନ ସହିତ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯାଉଥିଲେ ସୁଦ୍ଧା ଡାକ୍ତର ନିଯୁକ୍ତ କରାଯାଉନାହିଁ । ସୋମବାର ସର୍ବଜିତା ଫାଉଣ୍ତେସନର ପ୍ରତିଷ୍ଠାତା ଝାନ୍ସୀରାଣୀ ଦାସଙ୍କ ନେତୃତ୍ୱରେ ଶତାଧିକ ଲୋକ ଜନଶୁଣାଣି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।ସମସ୍ୟାର ସମାଧାନ ନ ହେଲେ ଅଞ୍ଚଳଵାସୀ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ।

କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।

You may have missed