April 24, 2026

ଗଜପତି:- କଟକ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ ତରଫରୁ ଚାଷୀ ସଚେତନତା ମେଳା ଅନୁଷ୍ଠିତ ..

IMG-20251215-WA0146
Share

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ତଥା ରାୟଗଡ ଗ୍ରାମ ପଞ୍ଚାୟତର ସୁନାପୂର ଠାରେ ସୂତ୍ରକୁର୍ମି ପୋକ ନିୟନ୍ତ୍ରଣ ପାଇଁ କଟକ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମକୁ କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନର ଫସଲ ସୁରକ୍ଷା ବିଭାଗ ବୈଜ୍ଞାନିକ ଡ଼ା: ରୂପକ ଜେନା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଆର୍ ଉଦୟଗିରି କୃଷି ବିଭାଗ ଅଧିକାରୀ ଶ୍ରୀ ବିରଞ୍ଜି ନାରାୟଣ ମଙ୍ଗରାଜ , ସମ୍ମାନିତ ଅତିଥି ଭାବେ ସହକାରୀ କୃଷି ଅଧିକାରୀ ଉଦୟ କୁମାର ସେଠୀ , ରାୟଗଡ଼ ବ୍ଲକ ସହକାରୀ କୃଷି ଅଧିକାରୀ ସୁପ୍ରିୟା କହଁର , କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନର ଫସଲ ସୁରକ୍ଷା ବିଭାଗ ବୈଜ୍ଞାନିକ ଡ଼ା: ଗୌରବ କୁମାର ଓ ବୈଜ୍ଞାନିକ ଡ଼ା: ରଘୁ ଏସ୍ ଫସଲ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଚାଷୀ ମେଳା ସଚେତନତା କାର୍ଯ୍ୟକ୍ରମରେ ରାୟଗଡ ବ୍ଲକର ଡେକୁସାହି , ନୁଆସାହି , ସୁନାପୁର ଓ ଲକ୍ଷ୍ମୀପୁର ଅଞ୍ଚଳର ଶତାଧିକ ଚାଷୀ ଯୋଗ ଦେଇଥିଲେ ।

ଉପସ୍ଥିତ ଚାଷୀ ମାନଙ୍କୁ ମୁଖ୍ୟତଃ ଜୈବିକ ପଦ୍ଧତିରେ ବୁଣା ଧାନ ଚାଷ କରିବା ପାଇଁ ପ୍ରଶିକ୍ଷଣ ଦିଆ ଯାଇଥିଲା। ସେଥି ମଧ୍ୟରେ ଧାନ ଫସଲ ରେ ଲାଗୁଥିବା ରୋଗ ପୋକ ଏବଂ କୁର୍ମି ପୋକକୁ ଜୈବିକ ପଦ୍ଧତି ଦ୍ଵାରା

ଦମନ କରିବା ପାଇଁ ପ୍ରଶିକ୍ଷଣ ଦିଆ ଯାଇଥିଲା।

ପରେ ଚାଷୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ପ୍ରତିଯୋଗିତା ନାଚ ଗୀତ , କୁଇଜ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ।

ଏହି ମେଳାରେ ଚାଷୀ ମାନଙ୍କ ଦ୍ୱାରା ଚାଷ କରିଥିବା ପନିପରିବା ଓ ଖାଦ୍ୟ ସାମଗ୍ରୀ ର ପ୍ରଦର୍ଶନୀ କରା ଯାଇଥିଲା । ଶେଷରେ କୁଇଜ୍ ଓ ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

——————————————–

You may have missed