April 23, 2026

ସଙ୍କୁରୁରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର 

IMG-20251215-WA0145
Share

 

ବୁଗୁଡ଼ା :ତା ୧୫/୧୨/୨୫ : ବୁଗୁଡ଼ା ବ୍ଲକର ସଙ୍କୁରୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୂତିକୃଷ୍ଣ ପାତ୍ରଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଏହି ଶିବିରରେ ମତ୍ସ୍ଯ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ କେନ୍ଦ୍ର ଓ ରାଜ୍ଯ ସରକାର ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁନିଲ୍ କେରେକେଟା , କେ.ନୀଳମାଧବ ଆଚାରୀ, ସରପଞ୍ଚ ସୁଶାନ୍ତ କୁମାର ରାଉତ, ଏବିଡିଓ ଧର୍ମରାଜ ପରିଡା, ତହସିଲଦାର ତାପସ ରାଉତ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ଜ୍ଯୋତି ରଞ୍ଜନ ସାହୁ, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଶୁଭ୍ରାଂଶୁ ଶେଖର ରାଉତ,ସିଡିପିଓ ବବିତା କୁମାରୀ ପଣ୍ଡା,ସହକାରୀ ଉଦ୍ଯାନ କୃଷି ଅଧିକାରୀ ଏମ.ଦେବାଶିଷ ଦୋରା, ବ୍ଲକ କୃଷି ଅଧିକାରୀ ହରପ୍ରିୟା ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଜନ ଶୁଣାଣି ଶିବିରରେ ୨୯ଟି ବ୍ଯକ୍ତିଗତ ଓ ୫ଟି ଗୋଷ୍ଠୀଗତ ଅଭିଯୋଗ ଦାଖଲ ହୋଇଥିଲା ବେଳେ ସେଥି ମଧ୍ଯରୁ ୨୯ ବ୍ଯକ୍ତିଗତ ଅଭିଯୋଗର ତତକ୍ଷଣାତ୍ ସମାଧାନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ବ୍ଲକ ସ୍ତରୀୟ ଅଧିକାରୀଙ୍କ ସମେତ ପଞ୍ଚାୟତବାସୀ ଉପସ୍ଥିତ ରହିଥିଲେ।

You may have missed