ବଅଁରପାଳ ସାପ୍ତାହିକ ହାଟରେ ମୋବାଇଲ ଚୋରୀ, ଥାନାରେ ଅଭିଯୋଗ
ବଅଁରପାଳ,୯.୧୨ – ବଅଁରପାଳରେ ପ୍ରତ୍ୟେକ ମଙ୍ଗଳବାର ହେଉଥିବା ସାପ୍ତାହିକ ହାଟରେ ମୋବାଇଲ ଫୋନ ଚୋରୀ ହେଉଥିବା ଜଣାପଡିଛି l ଗହଳିର ସୁଯୋଗ ଓ ଗ୍ରାହକଙ୍କ ଅନ୍ୟମନସ୍କତା ର ସୁଯୋଗ ନେଇ ଚତୁରତାର ସହ ଚୋରୀ ହେଉଛି ମୋବାଇଲ l ଗତ ମଙ୍ଗଳବାର ୩ ଟି ମୋବାଇଲ ଚୋରୀ ହେଇଥିବା ବେଳେ ଆଜି ୪ ଟି ଚୋରୀ ହୋଇଥିବା ଜଣାପଡିଛି l ଆଉ ଏସମସ୍ତ ଘଟଣା ଘଟିଛି ଗହଳିପୂର୍ଣ୍ଣ ଦୋକାନରେ ବୋଲି ଚୋରୀ ହେଇଥିବା ବ୍ୟକ୍ତି ମାନେ ପ୍ରକାଶ କରିଛନ୍ତି l ଆଜି ଚୋରୀ ହେଇଥିବା ୩ ବ୍ୟକ୍ତିଙ୍କ ଘର ବାହାର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣକ ହେଉଛନ୍ତି ସ୍ଥାନୀୟ ବଅଁରପାଳର ସାମ୍ବାଦିକ ଅଖିଳ କୁମାର ମହାପାତ୍ର ବୋଲି ଜଣାପଡିଛି l ଏବିଷୟରେ ଶ୍ରୀ ମହାପାତ୍ର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଅନ୍ୟକେହି ଅଭିଯୋଗ କରିନଥିବା ଜଣାପଡିଛି l ଚୋରୀ ପାଇଁ ଏକ ରାକେଟ ସକ୍ରିୟ ଥିବା ଅନୁମାନ କରାଯାଉଛି l
