September 8, 2026

କିଡ୍ସ ଗୀ ପବ୍ଲିକ ସ୍କୁଲର ୧୩ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା–୨୦୨୫ ର ଜନାନ୍ତ୍ରିକ ଆରମ୍ଭ

IMG-20251209-WA0167
Share

        ଗୁଣୁପୁର:-(ସୁରେନ୍ଦ୍ର ମହାନ୍ତି)ଗୁଣୁପୁର ରାମେଶ୍ୱର ନଗର ସ୍ଥିତ ” କିଡ୍ସ ଗୀ ଇଂରାଜୀ ମାଧ୍ୟମ ପବ୍ଲିକ ସ୍କୁଲ”ର ୧୩ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା–୨୦୨୫ ଆଜି ଉତ୍ସାହପୂର୍ଣ୍ଣ ପରିବେଶ ମଧ୍ୟରେ ବିକ୍ରମ ପୁର ଫୋରେଷ୍ଟ ଅଫିସ ସାମନା ରେ ଥିବା ବିଦ୍ୟାଳୟ ର “କିଡ୍ସ ପାରାଡାଇଜ଼” ଖେଳ ପଡିଆ ଠାରେ ଆରମ୍ଭ ହୋଇଛି। ଉଦ୍ଘାଟନୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ସ୍ଥାନୀୟ ଥାୟରମା ଉମେନ୍ସ କଲେଜର ଅଧ୍ୟକ୍ଷା ମିସ ସସ୍ମିତା ବାଉରୀ, ଯେତେବେଳେ ଜଗନ୍ନାଥପୁର ହାଇସ୍କୁଲର କ୍ରୀଡା ଶିକ୍ଷକ ଶ୍ରୀ ଚିରଞ୍ଜିବି ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ।

 

ଏହି ଉଦ୍ଘାଟନୀ ଅବସରରେ ନିମଂତ୍ରିତ ଅତିଥିଙ୍କ ସହ ବିଦ୍ୟାଳୟର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ଶତପଥି, ମୁରଲୀଧର ପଣ୍ଡା, ଓ ବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ ସ୍ୱୟଂପ୍ରଭା ମହାପାତ୍ର ମଞ୍ଚାସୀନ ଥିଲେ। ବିଦ୍ୟାଳୟ ର ଛାତ୍ର ମାନଙ୍କ ଦ୍ୱାରା ଏକ ଆକର୍ଷଣୀୟ ମଶାଲ ଶୋଭାଯାତ୍ରା ସହ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା। ମଶାଲଟିକୁ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଜିତେନ୍ଦ୍ର ଶତପଥି ଗ୍ରହଣ କରିଥିଲେ। ପରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତରେ ସଭା ଉଦ୍ଘାଟିତ ହୋଇଥିଲା। ଏହା ପରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ମାସ ଡ୍ରିଲ ପରିବେଷଣ କରାଯାଇଥିଲା।

 

ଅତିଥିମାନେ ବିଦ୍ୟାଳୟର କ୍ରୀଡା ଆୟୋଜନ, ଶିକ୍ଷକ–ଶିକ୍ଷୟିତ୍ରୀ ମାନଙ୍କ ପରିଶ୍ରମ ଓ ପିଲାମାନଙ୍କ ମନୋବଳକୁ ଭୁରିଭୁରି ପ୍ରଶଂସା କରିଥିଲେ। ବିଶେଷତଃ ବିଦ୍ୟାଳୟ ଦ୍ୱାରା କ୍ରୀଡା କ୍ଷେତ୍ରରେ କ୍ୟାରିଅର ଗଠନ ପାଇଁ ଆରମ୍ଭ କରାଯାଇଥିବା “କିଡ୍ସ ଗୀ ପ୍ରେମିଏର ଲିଗ–୨୦୨୫” ଉଦ୍ୟମକୁ ଅଭିଭାବକ ଓ ଅତିଥିମାନେ ଅଭିନନ୍ଦନ କରିଥିଲେ। ଆଜି ଆୟୋଜିତ ପ୍ରଥମ ମ୍ୟାଚରେ କ୍ୟାପଟେନ ପ୍ରଜ୍ଞାନଙ୍କ ନେତୃତ୍ୱାଧୀନ ରୟାଲ କିଡ୍ସ ଟିମକୁ ପରାସ୍ତ କରି କ୍ୟାପଟେନ ନରେଶଙ୍କ ନେତୃତ୍ୱାଧୀନ ସ୍ମାର୍ଟ କିଡ୍ସ ଟିମ ବିଜୟ ହାସଲ କରି ଗ୍ରୁପ–ଏ ରେ ଦୁଇ ଅଙ୍କ ସହ ନିଜ ସ୍ଥାନ ସୁନିଶ୍ଚିତ କରିଛି।

 

ବିଦ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଯେ, ବାର୍ଷିକ କ୍ରୀଡା ଉତ୍ସବ ୦୯-୧୨-୨୦୨୫ ଠାରୁ ୧୩-୧୨-୨୦୨୫ ଯାଏଁ ପାଞ୍ଚଦିନିଆ ହୋଇ ଚାଲିବାକୁ ଯାଉଛି। ପ୍ରି–ନର୍ସେରୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପୁଅ ଓ ଝିଅ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ଆକର୍ଷଣୀୟ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହେବ।କିଡ୍ସ ଗୀ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା–୨୦୨୫ ର ଏହି ଜନାନ୍ତ୍ରିକ ଆରମ୍ଭ ଗୁଣୁପୁରରେ ଛାତ୍ରଛାତ୍ରୀମାନଙ୍କ ମନୋବଳକୁ ନୂଆ ଦିଗରେ ଆଗେଇ ନେବାରେ ନିଶ୍ଚିତଭାବେ ସହାୟକ ହେବବୋଲି ଅଭିଭାବକ ଓ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।

You may have missed