September 8, 2026

ଚିଲିକାର ପ୍ରାଚୀନ ଶକ୍ତିପୀଠ ଦୁଆରଶୁଣିଙ୍କ ଚାରିଦିନବ୍ୟାପି ଗୀତା ମହାଯଜ୍ଞର ପୂର୍ଣ୍ଣାହୁତି ପ୍ରଦାନ କରାଯାଇଛି

IMG-20251205-WA0048
Share

ପୁରୀଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ଗମ୍ଭାରୀ ଗ୍ରାମର ମା ଦୁଆରଶୁଣିଙ୍କ ପୀଠରେ ଚାରିଦିନ ଧରି ଚାଲିଥିବା ବିଶ୍ଵଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ପ୍ରଦାନ କରାଯାଇଛି l ଗମ୍ଭାରୀ, ଗୋଲାପୁର, ଟୁଆ, ପୋଡାଡ଼ିହି, ସାନବସନ୍ତପୁର ଓ ଦୁଆରଶୁଣି ମୌଜାର ଗ୍ରାମବାସୀ ତଥା ଅଞ୍ଚଳବାସୀ ଆନନ୍ଦ ଉଲ୍ଲାସରେ ବିଶ୍ଵଶାନ୍ତି ପାଇଁ ମହାଯଜ୍ଞ କରି ମାଙ୍କ ଶରଣ ପଶିଥିଲେ l ପ୍ରତ୍ୟେକଦିନ ସାଂସ୍କୃତିକ କାର୍ଯ୍ୟକ୍ରମ, ପାଇକଆଖଡ଼ା,ଲୋକନୃତ୍ୟ, ସଂକୀର୍ତନ ଆଦି କାର୍ଯ୍ୟକ୍ରମ କରାଯାଇଥିଲା l ହଜାର ହଜାର ଭକ୍ତଙ୍କ ହରିବୋଲ ହୁଳହୁଳିରେ ମାଙ୍କ ପୀଠ ଉଛୁଳି ଉଠିଥିଲା l ଶ୍ରୀମଦ ଭଗବତ ଗୀତା ମହାଯଜ୍ଞ କର୍ତ୍ତାରୁପେ ଶରତ ମହାନ୍ତି, କର୍ତ୍ତିରୂପେ ପ୍ରଭାତୀ ମହାନ୍ତି, ଲକ୍ଷ୍ମୀଧର ବରାଳ, ପ୍ରେମଲତା ବରାଳ, ତତ୍ତ୍ୱକବି ବିଭୁଦତ୍ତ ଭିକାରୀଚରଣ ଜେନା, ଗମ୍ଭାରୀ ଗ୍ରାମପଞ୍ଚାୟତ ସରପଞ୍ଚ ଧନୁର୍ଦ୍ଧର ବିଶ୍ୱାଳ, ଅନିଲ କୁମାର ଜେନା, ପ୍ରଶାନ୍ତ ମାନସିଂ, ବିମଳ ଜେନା, କୁମର ପରିଡା, ଅଜୟ ଜେନା, ଶିଶିର ଜେନା, ସ୍ୱାଧୀନ ଦଳାଇ, ଭଜବନ ଜେନା, ଲକ୍ଷ୍ମୀଧର ମହାରଣା, ସୁକାନ୍ତ ପରିଡା, ସହଦେଵ ମହାନ୍ତି ଓ ଭରତ ଜେନାଙ୍କ ସହିତ ଛଅଖଣ୍ଡି ଗ୍ରାମର ଗ୍ରାମବାସୀମାନେ ପରିଚାଳନା କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed