September 8, 2026
IMG-20251205-WA0047
Share

 

ବୁଗୁଡ଼ା : ତା ୦୫/୧୨/୨୫ : ସ୍ଥାନୀୟ ମିଡିଆ କ୍ଲବ ସମ୍ପାଦକ ପ୍ରଫୁଲ୍ଲ କୁମାର ପଟ୍ଟନାୟକ (ବାବୁଲି)ଙ୍କ ମାଆ ସରୋଜିନୀ ପଟ୍ଟନାୟକ(୭୭)ଙ୍କ ଶୁକ୍ରବାର ସକାଳେ ଦେହାନ୍ତ ହୋଇଯାଇଛି। ସେ ଜଣେ ଧର୍ମପରାୟଣା ମହିଳା ଥିଲେ ଏବଂ ଗତ ମାସଠାରୁ ଶାରୀରିକ ଅସୁସ୍ଥତା ଅନୁଭବ କରିଆସୁଥିଲେ। ତାଙ୍କର ମୃତ୍ଯୁ ଶଯ୍ୟା ନିକଟରେ ସାନ ପୁଅ ବୁଲୁ, ବୋହୁ, ଝିଅ,ନାତିନାତୁଣୀଙ୍କ ସମେତ ଆତ୍ମୀୟ ସ୍ବଜନ ବନ୍ଧୁବର୍ଗ ଉପସ୍ଥିତ ରହିଥିଲେ। ତାଙ୍କର ମୃତ୍ଯୁ ଖବର ପାଇ ସାହି ବାସିନ୍ଦାଙ୍କ ସମେତ ବହୁ ବିଶିଷ୍ଟ ବ୍ଯକ୍ତି ଶକ୍ତି ନଗରସ୍ଥିତ ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ ସହ ତାଙ୍କର ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ସ୍ଥାନୀୟ ବଡଶଙ୍ଖସ୍ଥିତ ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

You may have missed