April 27, 2026

ଶତୃସୋଲରେ ଭଙ୍ଗାଗଲା ବେଆଇନ ପୋଡା ଇଟା ଭାଟି 

IMG-20251201-WA0129
Share

 

ବୁଗୁଡା:ତା ୦୧/୧୨/୨୫ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ତହସିଲ ପକ୍ଷରୁ ଶତ୍ରୁସୋଲ ଗ୍ରାମରେ ବେଆଇନ ଭାବେ ପୋଡାଯାଇଥିବା ଏକ ଇଟା ଭାଟିକୁ ସୋମବାର ଦିନ ଜେସିବି ଲଗାଇ ଭଙ୍ଗାଯାଇଛି। ଶତ୍ରୁସୋଲ ଗ୍ରାମରେ ବେଆଇନ ଭାବେ ଇଟା ଭାଟି ପୋଡା ଯାଇଥିବା ଖବର ବୁଗୁଡା ତହସିଲଦାର ତାପସ ରାଉତ ଜାଣିବା ପରେ ସୁପ୍ରଭାଇଜର, ରାଜସ୍ୱ ନିରୀକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀ ସହ ଘଟଣା ସ୍ଥଳକୁ ଯାଇ ବେଆଇନ ଭାବେ ପୋଡାଯାଇଥିବା ଇଟାଭାଟିକୁ ଜେସିବି ଦ୍ୱାରା ଭାଙ୍ଗି ସମ୍ପୂର୍ଣ୍ଣ ମାଟିରେ ମିଶାଇ ଦିଆଯାଇଛି।