April 26, 2026

ଖେଲୋ ଇଣ୍ଡିଆରେ ବାଲିପଦର କଲେଜ ଛାତ୍ରୀଙ୍କ ସଫଳତା 

IMG-20251201-WA0127
Share

 

ବୁଗୁଡ଼ା :ତା ୦୧/୧୨/୨୫ : ସ୍ଥାନୀୟ ଆଞ୍ଚଳିକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନରେ ଅଧୟନରତ ଶେଷବର୍ଷର ଛାତ୍ରୀ ରିଙ୍କି ନାୟକ ରାଜସ୍ଥାନ ବକାନି ସ୍ଥିତ ସ୍ମୃତି ମହାରାଜ ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟରେ ଚାଲିଥିବା ଖେଲୋ ଇଣ୍ଡିଆରେ ବିଶ୍ୱବିଦ୍ୟାଳୟ କ୍ରୀଡାର ଭାରୋତ୍ତଳନ ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମହିଳା ବର୍ଗ ପକ୍ଷରୁ ଅଂଶ ଗ୍ରହଣ ପୂର୍ବକ ରୌପ୍ୟ ପଦକ ହାସଲ କରି ନିଜ ମହାବିଦ୍ୟାଳୟ ସହିତ ଏ ଅଞ୍ଚଳ ପାଇଁ ଗୌରବ ଅର୍ଜ୍ଜନ କରିଛନ୍ତି। ସେ ଭରୋତ୍ତଳନ ୪୮ କିଲୋ ବର୍ଗ, ସ୍ନାଚରେ ୬୩ କିଲୋ ବର୍ଗ ଏବଂ ଜର୍କରେ ୮୬କିଲୋ ବର୍ଗ ହିସାବରେ ସର୍ବ ମୋଟ ୧୪୯ ପଏଣ୍ଟ ପାଇ କୃତିତ୍ୱ ହାସଲ କରିଛନ୍ତି ଲ ତାଙ୍କର ଏହି ସଫଳତା ପାଇଁ ସେ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛନ୍ତି।