November 17, 2024

ବ୍ୟବସାୟୀଙ୍କୁ ମାଡ଼ ମାରି ମାଛ ସହ ୨୦ହଜାର ଲୁଟିନେଲେ ଦୁର୍ବୁତ୍ତ

Share

 

ହାଟଡ଼ିହି,୦୭/୦୫

 

କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ଅନ୍ତର୍ଗତ ଶାଳଣିଆଁ ଗ୍ରାମର ମାଛ ବ୍ୟବସାୟୀ ମନୁଆ ବେହେରା (୫୫)ଙ୍କୁ ଅଜଣା ଦୁର୍ବୁତ୍ତ ମାନେ ମାଡ଼ ମାରି ୪୦ କେ.ଜି ମାଛ ସହ ୨୦ ହଜାର ଟଙ୍କା ଲୁଟି ନେଇଥିବା ତା’ଙ୍କ ପୁଅ ଓ ବୋହୂ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାଇ ପ୍ରତ୍ୟକ ଦିନ ଭଳି ଶ୍ରୀ ବେହେରା ଆଜି ସକାଳୁ ନିଜର ୨ ଚକିଆ ଯାନ ରେ ମାଛ ବ୍ୟବସାୟ କରିବାକୁ ଯାଇଥିବା ସମୟରେ ବିଷ୍ଣୁପୁର – ଜାମିନିପୁର ରାସ୍ତାର ନିଛାଟିଆ ସ୍ଥାନରେ ଅଚେତ୍ ଅବସ୍ଥାରେ ପଡ଼ିରହିଥିଲେ । ନିଜର ନାତି ଫୋନ୍ କରିବାରୁ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ମୁଣ୍ତରେ ଶକ୍ତ ଆଘାତ ଫଳରେ ପ୍ରବଳ ରକ୍ତସ୍ରାବ ହେଉଥିବା ଜାଣି ପରିବାର ଲୋକେ ତତକ୍ଷଣାତ୍ ତାଙ୍କୁ ଚିକିତ୍ସା ନିମନ୍ତେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଗୁରୁତର ଶ୍ରୀ ବେହେରାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଅନ୍ୟତ୍ର ନେବାପାଇଁ କହିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାର ଲୋକ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛନ୍ତି ।

କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।