ମୂର୍ତ୍ତିକା ସଂରକ୍ଷଣ କ୍ୟାଡର ପୁନର୍ଗଠନ, ପଦବୀ ର ସଂଜ୍ଞା ପରିବର୍ତ୍ତନ ଓ ୟାର୍ଡ଼ଷ୍ଟିକ ଅନୁସାରେ ପଦବୀ ସୃଷ୍ଟି ପାଇଁ ରାଜ୍ୟ ସମ୍ମିଳନୀ ରେ ଦୃଢ ଦାବୀ..
ରାଜ୍ୟ ମୂର୍ତ୍ତିକା ସରଙ୍ଖଣ ଅଣଗେଜ଼ଟେଡ଼ କ୍ଷେତ୍ର କର୍ମଚାରୀ ସଂଘର ୧୫ ତମ ରାଜ୍ୟ ସମ୍ମିଳନୀ ପୁରୀ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଅଚ୍ଛି।ରାଜ୍ୟ ସମ୍ମିଳନୀ କୁ ବିଭାଗୀୟ ଯୁଗ୍ମ ନିର୍ଦେଶକ ଶ୍ରୀ ଭୀମସେନ ସେଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉତ୍ସବ ରେ ଶ୍ରୀ ବୃହସ୍ପତି ସାମଲ, ସାଧାରଣ ସମ୍ପାଦକ, କେନ୍ଦ୍ର ସରକାରୀ କର୍ମଚାରୀ ମୁଖ୍ୟ ବକ୍ତା, କର୍ମଚାରୀ ଙ୍କ ମାସିକ ପତ୍ରିକା ସଂଗ୍ରାମର ବାର୍ତ୍ତା ର ସମ୍ପାଦକ ଶ୍ରୀ ନିର୍ମଳ ଚନ୍ଦ୍ର ଦାସ ଓ଼ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ର ମହାସଚିବ ଶ୍ରୀ ଗୋକୁଳାନନ୍ଦ ବେହେରା ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ।ଶ୍ରୀ ଦ୍ୱାରିକା ନାଥ ମହାନ୍ତି, ସମ୍ମାନୀୟ ସଭାପତି ଏବଂ ଶ୍ରୀ ଗୌତମ ସେଠି, ସଭାପତି ଙ୍କ ଦ୍ୱାରା ଗଠିତ ସଭାପତି ମଣ୍ଡଳୀ ସଭା ପରିଚାଳନା କରିଥିବା ବେଳେ ସଂଘର ସାଧାରଣ ସମ୍ପାଦକ ଶ୍ରୀ ଅମୁଲ୍ୟ ରଞ୍ଜନ ସ୍ୱାଇଁ ସାଧାରଣ ସମ୍ପାଦକ ବିବରଣୀ ପାଠ କରି କର୍ମଚାରୀ ଙ୍କ କ୍ୟାଡର ପୁନର୍ଗଠନ, ପଦବୀର ସଂଜ୍ଞା ପରିବର୍ତ୍ତନ, ୟାର୍ଡଷ୍ଟିକ ଅନୁସାରେ ପଦବୀ ସୃଷ୍ଟି,ଜବ ଚାର୍ଟ ପ୍ରକାଶ,ସଂଘ ଅଫିସ ଗୃହ ପାଇଁ କ୍ଵାଟର ଆବଣ୍ଟନ, ଆଇଡେଣ୍ଟି କାର୍ଡ ପ୍ରଦାନ, ସଚିବାଳୟ ପ୍ରବେଶ ପାସ ଇତ୍ୟାଦି ଦାବୀ ଉପସ୍ଥାପନ କରିଥିଲେ। ଉପସ୍ଥିତ ଅତିଥି ସେମାନଙ୍କ ବକ୍ତ୍ୟବ ରେ କର୍ମଚାରୀଙ୍କ ଦାବୀ ଯୁକ୍ତିଯୁକ୍ତ ଏବଂ ଏହା ଅବିଳମ୍ବେ ପୂରଣ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ। ଶ୍ରୀ ରାଧାଶ୍ୟାମ ବଳ ଙ୍କ ଧନ୍ୟବାଦ ପ୍ରସ୍ତାବ ପରେ ସଭାର ବିରତି ହୋଇଥିଲା। ସଂଘର ଅନ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ପ୍ରତିନିଧି ମାନେ ଅନୁରୂପ ଭାବେ ଦାବିକରି ବିଭାଗୀୟ କାର୍ଯ୍ୟକ୍ରମ ଙ୍କୁ ନିଷ୍ଠା ଓ଼ ସାଧୁତା ବଳରେ ସମ୍ପାଦନ କରିବାକୁ ପ୍ରତିଜ୍ଞା କରିଥିଲେ। ଆସନ୍ତା ୨ବର୍ଷ ପାଇଁ ଶ୍ରୀ ହରପ୍ରସାଦ ରଥ -ସଭାପତି, ଶ୍ରୀ ଶିବ ପ୍ରସାଦ ଦାସ -ଉପ ସଭାପତି, ଶ୍ରୀ ଅମୁଲ୍ୟ ରଞ୍ଜନ ସ୍ୱାଇଁ -ସାଧାରଣ ସମ୍ପାଦକ, ଶ୍ରୀ ଜିତେନ୍ଦ୍ର କୁମାର ପ୍ରଧାନ -ସହ ସାଧାରଣ ସମ୍ପାଦକ, ଶ୍ରୀ ଏ. ସମେଲେଶ୍ୱର ରାଓ, ଶ୍ରୀ ବ୍ରଜପତି ମିଶ୍ର, ଶ୍ରୀ ଦୀପକ କୁମାର ପାଢ଼ୀ, ଶ୍ରୀ ମଳୟ କେତନ ରାୟ -ଯୁଗ୍ମ ସମ୍ପାଦକ, ଶ୍ରୀ ପବିତ୍ର କୁମାର ରାଉତ, ଶ୍ରୀ ଅରୂପାନନ୍ଦ ବାରିକ, ଶ୍ରୀ ଜଗନାଥ ମହାନ୍ତି, ଶ୍ରୀସୌମ୍ୟ ରଞ୍ଜନ ସିଠ -ସାଙ୍ଗଠନିକ ସମ୍ପାଦକ, ଶ୍ରୀ ଭାଗିରଥି ଜେନା -ହେଡ଼ କ୍ଵାଟର ସମ୍ପାଦକ, ଶ୍ରୀ ନରେଶ ପ୍ରଧାନ -ଅର୍ଥ ସମ୍ପାଦକ, ଏବଂ ଶ୍ରୀ ଚିନ୍ମୟ ନାୟକ ଓ଼ ଶ୍ରୀ ଗୁରୁଦେବ ସିଂହ ଭୀଲ -ସମୀକ୍ଷକ ଏବଂ କାର୍ଯ୍ୟକାରୀ କମିଟିକୁ ୩୦ ଜଣ ନିର୍ବାଚିତ ହୋଇଥିବା ବେଳେ ଶ୍ରୀ ଦ୍ୱାରିକା ନାଥ ମହାନ୍ତି ଙ୍କୁ ସମ୍ମାନୀୟ ସଭାପତି ସହିତ ୫ ଜଣଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
