April 27, 2026

ଖୋର୍ଦ୍ଧାରୋଡ ରେଳ କଲୋନୀ ଜଙ୍ଗଲ ସଫା କଲା ଶ୍ରମିକ କଂଗ୍ରେସ

IMG-20251125-WA0009
Share

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର) ସ୍ଥାନିୟ ଖୋର୍ଦ୍ଧାରୋଡ ବିଭିର୍ନ କଲୋନୀ ମାନଙ୍କରେ ରେଳ କର୍ମଚାରୀଙ୍କ ପାଈଁ ଉଦିଷ୍ଟ କ୍ୱାର୍ଟର ରାସ୍ତା ମାନଙ୍କରେ ଥିବା ଷ୍ଟ୍ରିଟ ଲାଇଟ ଖୁଣ୍ଟି ଗୁଡିକରେ ବଡ଼ ବଡ଼ ଗଛ ଓ଼ ଜଙ୍ଗଲୀ ଲଟା ଦୀର୍ଘ ବର୍ଷରୁ ବେଢ଼ି ରହିଥିବାରୁ ସଂଧ୍ୟା ପରେ ଖୁଣ୍ଟି ଲାଇଟ ଗୁଡିକ ଜଳିଲେ ମଧ୍ୟ ରାସ୍ତାକୁ ଆଲୋକ ପଡୁନଥିବାରୁ ଏକରକମ ଅନ୍ଧକାର ଛାଇ ରହୁଥିଲା l ଫଳରେ ବିଭିର୍ନ ଯନ୍ତୁ ଜୁନ୍ତା , ଛିଂନତାଇ ଓ଼ ମଦ୍ୟପ ମାନଙ୍କ ଭୟରେ କଲୋନୀ ବାସି ଘର ଭିତରୁ ବାହାରକୁ ବାହାରିବା ପାଈଁ ଡରୁଥିଲେ l ବାରମ୍ବାର ଅଭିଯୋଗ ସତ୍ୱେ ରେଳ ପ୍ରଶାସନ କୌଣସି ଦୃଷ୍ଟି ନଦେବାରୁ ଶ୍ରମିକ କଂଗ୍ରେସ ତରଫରୁ ଶାଖା ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତିଙ୍କ ଆୱାନ କ୍ରମେ ଶ୍ରମିକ କଂଗ୍ରେସ ଯୁବବାହିନୀ ଓ଼ କର୍ମୀ ମାନେ ଆଜି ରବିବାର ଜଙ୍ଗଲ ସଫେଇ ଅଭିଯାନ ରେ ବାହାରିଥିଲେ l ପ୍ରଥମ ପର୍ଯାୟରେ ଆକାଉଣ୍ଟ କଲୋନୀ ରୂ ଅଭିଯାନ ଆରମ୍ଭ ହୋଇଥିଲା l ଶାଖା ସମ୍ପାଦକ ଶ୍ରୀ ମହାନ୍ତିଙ୍କ ଅନୁରୋଧ ରକ୍ଷାକରି ଖୋର୍ଦ୍ଧାରୋଡ ଇଲେକ୍ଟ୍ରିକ ବିଭାଗ ଇନଚାର୍ଜ ସୁଶାନ୍ତ କୁମାର ନାୟକ ଏକ ଲମ୍ବା ସିଡ଼ି ସହିତ ୩ଜଣ କର୍ମଚାରୀ ଙ୍କୁ ସହଯୋଗ ପାଈଁ ପଠାଇଥିଲେ l ସକାଳ ସାତ ରୂ ଦିନ ଏଗାରଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁରହିଥିଲା l ଜଙ୍ଗଲ ସଫା ପରେ ଖୁଣ୍ଟି ଗୁଡିକରେ ଲାଗିଥିବା ସ୍ୱଳ୍ପ କ୍ଷମତା ସମ୍ପର୍ଣ ବଲବ ସହିତ ଗୋଟେ ଖୁଣ୍ଟିରୁ ଅନ୍ୟ ଖୁଣ୍ଟିର ଦୂରତ୍ୱ ଦେଖି ସମ୍ପାଦକ ଶ୍ରୀ ମହାନ୍ତି ଅସନ୍ତୋଷ ପ୍ରକାଶ କରିଥିଲେ l ଯଥା ଶୀଘ୍ର ମଝିରେ ମଝିରେ ଆଉ ଗୋଟେ ଗୋଟେ ଖୁଣ୍ଟି ପକାଇ ଉଚ୍ଚ କ୍ଷମତା ସମ୍ପର୍ଣ ବଲ ଲଗାଇବକୁ ଦାବିକରିଛନ୍ତି l ଆଗାମୀ ଦିନରେ ପ୍ରଶାସନ ଉପରେ ନିର୍ଭର ନକରି ସମସ୍ତ ରେଳ କଲୋନୀ ରୂ ଜଙ୍ଗଲ ଓ଼ ଲଟା ସମ୍ପୂର୍ଣ ସଫା ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଏହି ଅଭିଯାନ ଚାଲୁରହିବ ବୋଲି ଆଜି ନିଷ୍ପତି ନିଆଗଲା l ଏହି ଅଭିଯାନରେ କଲୋନୀ ବାସି ଅତ୍ୟନ୍ତ ଖୁସି ଜାହିର କରିବା ସହିତ ପଣା ସର୍ବତ ପିଇବାକୁ ଦେଇ ସାଧୁବାଦ ଜଣାଇଥିଲେ l ଆଜିର ଏହି ଅଭିଯାନ ରେ ଶ୍ରମିକ କଂଗ୍ରେସ ର ସହ ସମ୍ପାଦକ ସୁନୀଲ ପରିଡା, ରାକେଶ ଘଡେଇ , ଦିଲୀପ ବେହେରା , ବିଜୟ ବେହେରା, ରବୀନ୍ଦ୍ର ଗଉଡ଼, ନରେନ୍ଦ୍ର ଦାସ, ପିଏଲ ସାମନ୍ତରାୟ, ମଧୁସୂଦନ ଭୂଇଁଆ , ଗଜେନ୍ଦ୍ର ସ୍ୱାଇଁ , ମିହିର ନାୟକ, ପୁରୁଷୋତ୍ତମ ବେହେରା, ସମେତ ବହୁ କଲୋନୀ ବାସି ଯୋଗଦେଇଥିଲେ l