ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ଗଣେଶ ପୂଜା

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) ଲାଞ୍ଜିଗଡ଼ରେ ବିଦ୍ୟାଦାତା ବିଘ୍ନବିନାଶକ ଶ୍ରୀ ଶ୍ରୀ ଗଣପତିଙ୍କର ପୂଜନୋତ୍ସବ ଖୁବ ଧୁମଧାମରେ ଏବଂ ଶାନ୍ତି ଶୃଙ୍ଖଳର ସହିତ ପାଳିତ ହୋଇଯାଇଛି l
ଲାଞ୍ଜିଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନ ଯଥା ଉଚ୍ଚପ୍ରାଥମିକ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ, ଆଶ୍ରମ ବିଦ୍ୟାଳୟ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଆଶ୍ରମ ପଡ଼ା ପ୍ରାଥମିକ ବିଦ୍ୟାଳୟ ଓ ରଜାପଡ଼ା ପ୍ରାଥମିକ ବିଦ୍ୟାଳୟରେ ବିଘ୍ନରାଜ ଶ୍ରୀ ଶ୍ରୀ ଗଣେଶଙ୍କର ପୂଜା ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ମହାସମାରୋହରେ ପାଳିତ ହୋଇଯାଇଛି l
ଏହା ବ୍ୟତୀତ ଲାଞ୍ଜିଗଡ଼ର ରଜାପଡ଼ା, ପ୍ରଧାନୀପଡ଼ା, ଡମ୍ବବିଶିପଡ଼ା, ମଝିପଡ଼ା, ପୂଜାରୀପଡ଼ା, କଲୋନୀପଡ଼ା ଏବଂ ଆଶ୍ରମପଡ଼ାବାସୀ ମଧ୍ୟ ଭକ୍ତିମୟ ପରିବେଶରେ ଶ୍ରୀ ଶ୍ରୀ ଗଣେଶଙ୍କର ପୂଜା ପାଳନ କରିଛନ୍ତି l
କୌଣସି ସ୍ଥାନରେ କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ହୋଇନାହିଁ l
ଲାଞ୍ଜିଗଡ଼ ବ୍ଲକର ଅନ୍ୟାନ୍ୟ ପଞ୍ଚାୟତରେ ମଧ୍ୟ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଗ୍ରାମ୍ୟ ସ୍ତରରେ ମଧ୍ୟ ଆନଦ ଉଲ୍ଲାସର ସହିତ ବିଘ୍ନରାଜ ଶ୍ରୀ ଶ୍ରୀ ଗଣେଶଙ୍କ ପୂଜା ସମାପନ ହୋଇଛି l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନାଙ୍କ ରିପୋର୍ଟ
ନିୟୁଜ ଉପାନ୍ତ ଖବର
