ଜନ୍ମଦିନ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲା ମୋ ଅନୁଷ୍ଠାନ.
ଖଇରା( ଦେବାଶିଷ ଦାଶ )
ମୋ ଅନୁଷ୍ଠାନ ସଭାପତି ଭଉଣୀ କୁଞ୍ଜଲତା ମାହୁଁନ୍ତ ଏବଂ ତାଙ୍କ ସ୍ବାମୀ ଜୟନ୍ତ କୁମାର ରାଉତଙ୍କୁ ଜନ୍ମଦିନ ଓ ବିବାହ ବାର୍ଷିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲା ମୋ ଅନୁଷ୍ଠାନ । ଶ୍ରୀମତୀ ମାହୁଁନ୍ତ ଜଣେ ସମାଜସେବୀ, ସାହିତ୍ୟିକ, ପରୋପକାରୀ, ସ୍ନେହୀ, ସଚ୍ଚୋଟ, ସରଳ, ନିରୀହା, ମିଷ୍ଟଭାଷୀ ଅଟନ୍ତି । ମାନବସେବା ମାଧବଙ୍କ ସେବା ମନେକରି ସମାଜସେବାକୁ ଗୁରୁତ୍ୱ ଦେଇ ଆଗେଇ ଚାଲିଛନ୍ତି । ସମାଜସେବା ପ୍ରତି ତାଙ୍କର ପ୍ରଗାଢ ଆନ୍ତରିକତା ଭରିରହିଛି । କେବେ କେଉଁ ଦିନ ସମାଜସେବାକୁ ଅବହେଳା କରନ୍ତି ନାହିଁ । ତାଙ୍କ ସ୍ବାମୀ ଶ୍ରୀ ରାଉତ ମଧ୍ୟ ଜଣେ ସମାଜସେବୀ ।ସାହିତ୍ୟ, ସମ୍ବାଦ ଓ ସମାଜସେବା ଅନୁଷ୍ଠାନ ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ର ବର୍ତ୍ତମାନ ସଭାପତି ଆସନ ଅଳଙ୍କୃତ କରି ଅନୁଷ୍ଠାନର ସମାଜସେବାକୁ ଆଗେଇ ନେବାରେ ପ୍ରମୁଖ ଭୂମିକା ନିର୍ବାହ କରିଚାଲିଛନ୍ତି । ” ମୋ ଅନୁଷ୍ଠାନ ” ପ୍ରତି ସାହାଯ୍ୟ ଓ ସହଯୋଗ ବାସ୍ତବରେ ଅବର୍ଣ୍ଣିୟ । ତାଙ୍କ ଜନ୍ମଦିନ ଓ ବିବାହ ବାର୍ଷିକ ଦିବସରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ପଳାଶପୁର ସ୍ଥିତ ବାସଭବନରେ ମୋ ଅନୁଷ୍ଠାନ ପହଞ୍ଚି ଫୁଲତୋଡା, ଉତ୍ତରୀୟ ପ୍ରଦାନ ସହିତ ମିଠା ଖୁଆଇ ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛି । ଏଥିରେ ସାମିଲ ଥିଲେ ମୋ ଅନୁଷ୍ଠାନ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା, ସଦସ୍ୟ ଜଗବନ୍ଧୁ ବାରିକ୍ ଏବଂ ସମ୍ଭୁନାଥ ସେଠୀ । ଭଗବାନ ଆଶୀର୍ବାଦ କରନ୍ତୁ ଉଭୟଙ୍କ ବୈବାହିକ ଜୀବନ ସୁଖମୟ ହେଉ,ଚଲାପଥ କୁସୁମିତ ହେଉ ଓ ନିଃସ୍ବାର୍ଥପର ସମାଜସେବା ଦୀର୍ଘସ୍ଥାୟୀ ହେଉ ବୋଲି ଆଶୀର୍ବାଦ ପ୍ରଦାନ କରି ମୋ ଅନୁଷ୍ଠାନ ଫେରିଥିଲା । ଏହା ଦେଖି ଶ୍ରୀମତୀ ମାହୁଁନ୍ତଙ୍କ ପରିବାର ବହୁ ଖୁସି ଅନୁଭବ କରିଥିଲେ ।।
