ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି

କୋଲନରା:( ସଞ୍ଜୀବ କଣ୍ଡାଗରୀ ) କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ମୃତିରେ ମହମ ବତୀ ଶୋଭାଯାତ୍ରା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସାମ୍ବାଦିକ ନରେନ୍ଦ୍ର ନିଶାଲ ଓ ସଞ୍ଜୀବ କଣ୍ଡାଗରିଙ୍କ ତତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଙ୍ଗୀତ ପ୍ରେମୀ ହ୍ୟୁମାନ ସାଗର ଙ୍କ ଫେନଫୋଲ ବହୁ ମାତ୍ରା ରେ ଯୁବକ ମାନେ ଉପସ୍ଥିତ ରହିଥିଲେ | ପ୍ରଥମେ ମୁକୁନ୍ଦପୁର ଗ୍ରାମର ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ଏକ ମହମବତୀ ଶୋଭାଯାତ୍ରାରେ ବାହାରି ହ୍ୟୁମାନ ସାଗର ଅମର ରହେ ସ୍ଲୋଗାନ ଦେଇ ମୁକୁନ୍ଦପୁର ମୁଖ୍ୟ ବଜାର ଦେଇ ଆମ୍ବ ତୋଟା ନିକଟରେ ପହଞ୍ଚିଥିଲା | ସେଠାରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା | ହ୍ୟୁମାନ ସାଗରଙ୍କ ବିୟୋଗରେ ସାରା ଓଡ଼ିଶାର ସଙ୍ଗୀତ ପ୍ରେମୀ ମାନେ ସ୍ତବ୍ଧ ହୋଇଯାଇଥିବା ବେଳେ ଏବେ ବି ତାଙ୍କ ବିୟୋଗ ଖବର କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି ଏବଂ ଓଡ଼ିଶା ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଉ ଥିବା ବେଳେ ସଙ୍ଗୀତ କଳାକାର ମାନଙ୍କ ମଧ୍ୟରେ ବହୁତ କ୍ଷେତି ବୋଲି ବୁଦ୍ଧିଜୀବୀ ମହଲରେ ଗଭୀର ଶୋକ ପ୍ରକାଶ କରିଛନ୍ତି | ଏଥିରେ ଗ୍ରାମର ଭାସ୍କର ସାହୁ, ବ୍ଲକ କଳାକାର ସଂଘର ସଂଯୋଜକ ନାଗେଶ୍ଵର ହାରାକା, ରାମନାଗୁଡା ବ୍ଲକ ଶୁଣ୍ଡି ଧାମୁଣି ଗ୍ରାମ ପଞ୍ଚାୟତ ଗ୍ରାମ ଦେବୀ କୀର୍ତ୍ତନ ମଣ୍ଡଳୀ ର କସାଦକ୍ଷ କୈଳାଶ ପାତିକା ,ସୀଙ୍ଗାନା କାଡ୍ରାକା, ସରୋଜ ବିଡିକା, ବାବୁରାଓ ପାତିକା, ନବୀନ ମାଣ୍ଡାଙ୍ଗି, ସୂର୍ଯ୍ୟକାନ୍ତ ସାହୁ ଓ ରିତେନ୍ଦ୍ର ଦୋରା ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ |ସଙ୍ଗୀତ ପ୍ରେମୀ ସହ ନିଜ ନିଜ କୁ ହୃଦୟ ଭରା ସଙ୍ଗୀତ ରେ ଲୀନ ହେଇଯାଉଥିବା ପ୍ରେମିକ ପ୍ରେମିକା ମାନେ ହ୍ୟୁମାନ ସାଗର ଙ୍କୁ ଝୁରି ଝୁରି ବ୍ୟାକୁଳ ବେଦନା ଯୁବ ପିଢ଼ି ଆଜି ଝୁରୁଛି ହ୍ୟୁମାନ ସାଗର ଙ୍କୁ ବୋଲି ମୁକୁନ୍ଦପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
