April 30, 2026

ଆୟୋଜିତ ହେଲା ବ୍ଲକ ସ୍ତରୀୟ ବାଲ ବିଜ୍ଞାନ ପ୍ରତିଯୋଗିତା

IMG-20251123-WA0001
Share

 

ତିର୍ତ୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

ଦିନକୁ ଦିନ ବୃଦ୍ଧି ପାଉଛି ବିଜ୍ଞାନ ର ଚାହିଦା l ବିଦ୍ୟାଳୟ ସ୍ତରରୁ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ବିଭାଗ ତରଫରୁ ମିଳୁଛି ପ୍ରୋତ୍ସାହନ l ବିଭିନ୍ନ ବିଷୟକୁ ନିଜ ବୁଦ୍ଧି ବଳରେ ପ୍ରୋଜେକ୍ସନ କରାଇ ଛାତ୍ରଛାତ୍ରୀ ମାନେ ନୂତନ ପଦ୍ଦତିର ଆବିଷ୍କାର ଆଣୁଛନ୍ତି ସାମ୍ନାକୁ l ଏହିପରି ଏକ ରାଷ୍ଟ୍ରୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ କୁ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜନ କରାଯାଇ ବାଲ ବିଜ୍ଞାନୀ ମାନଙ୍କର ନୂତନ ଆବିଷ୍କାର କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟଅତିଥି ଭାବେ ତିର୍ତ୍ତୋଲର ବିଧାୟକ ଡଃ. ରମାକାନ୍ତ ଭୋଇ ଯୋଗ ଦେଇ ପ୍ରତିଯୋଗିତା ଶିବିର କୁ ଉଦଘାଟନ କରିଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷକ କମଳ କୁମାର ପଣ୍ଡା, ତିର୍ତ୍ତୋଲ ଶିକ୍ଷାଧିକାରୀ ମନୋଜ କୁମାର ବେହେରା, ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ନାୟକ, ବ୍ଲକ ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଜିଲ୍ଲାପରିଷଦ ରଞ୍ଜିତା ସିଂହ, ଏବଂ ସୁନୀଲ କୁମାର ବେହେରା, ସ୍ଥାନୀୟ ସମିତିସଭ୍ୟା ହମିଦା ବେଗମ୍, ଆଲୁମିନି କମିଟି ସଦସ୍ୟ ଜଗନ୍ନାଥ ଖଣ୍ଡୁଆଳ ଏବଂ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ଜେନା ପ୍ରମୁଖ ଯୋଗଦେଇ ନିଜନିଜର ମନ୍ତବ୍ୟ ରଖିଥିଲେ l ପ୍ରତିଯୋଗିତା ରେ ଉତ୍ତମ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା l ମୁଖ୍ୟଅତିଥି ତଥା ବିଧାୟକ ମହୋଦୟ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ମାର୍ଟ କ୍ଲାସ ର ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ l ଅତିଥି ପରିଚୟ ଅକ୍ଷୟ କୁମାର ନାୟକ ପ୍ରଦାନ କରିଥିବା ବେଳେ ସ୍ୱାଗତ ଭାଷଣ ଦେଇଥିଲେ ବିଜ୍ଞାନ ଶିକ୍ଷକ କମଳ କୁମାର ପଣ୍ଡା ।