ଦୁଇଟି ମନ୍ଦିରରୁ ଚୋରୀ ର ବାରଦିନ ପରେ ବି ପୋଲିସ ହାତ ଖାଲି : ପୋଲିସ ପ୍ରଶାସନ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ?
ତିର୍ତ୍ତୋଲ ସୋମବାରଦିନ, ବିଳମ୍ବିତ ରାତିରେ ଗୋବିନ୍ଦପୁର ପଞ୍ଚାୟତ ର ଭଟ୍ଟଗାଁ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର, ମା ଲକ୍ଷ୍ମୀ ମନ୍ଦିର ଓ ପତିତପାବନ ଗାଦିଗୋସେଇଁ ମନ୍ଦିର ସହିତ ସେହି ଏକା ରାତିରେ କନକପୁର ପଞ୍ଚାୟତ ଅଧିନ କଣ୍ଟାପଡା ଗ୍ରାମର ପତିତପାବନ ଓ କପାଳମୋଚନ ମହାଦେବ ମନ୍ଦିରର ତାଲା ଭାଙ୍ଗି, ଗ୍ରିଲ କାଟି, ସମାନ ଢଙ୍ଗରେ ଠାକୁରଙ୍କର ମୂଲ୍ୟବାନ ଅଳଙ୍କାର, ପୂଜାଉପକରଣ, ବାସନ କୁସନ ଓ ଦାନବାକ୍ସ ଭଙ୍ଗାଯାଇ, ଚୋରୀ ହୋଇଯିବା ପରେ, ଉଭୟ ମନ୍ଦିରର ଗୁମାସ୍ତା ଓ ପୂଜକ ଙ୍କ ଲିଖିତ ଅଭିଯୋଗ କୁ ଆଧାର କରି, ତିର୍ତ୍ତୋଲ ପୋଲିସ ତରଫରୁ ଘଟଣାସ୍ଥଳରେ ତଦନ୍ତ କରିବା ସହିତ ସନ୍ଧାନୀ କୁକୁର ଦ୍ୱାରା ମଧ୍ୟ ଅନୁସନ୍ଧାନ କରିଥିଲେ l ଏହି ଉଭୟ ଚୋରୀ ଘଟଣା ରେ, ସନ୍ଦେହରେ ଥିବା ବ୍ୟକ୍ତି ମାନଙ୍କ ଦୋକାନ ଓ ବାସସ୍ଥାନ ପର୍ଯ୍ୟନ୍ତ ମଧ୍ୟ କୁକୁର ଯାଇଥିଲା l ମାତ୍ର ବିଡମ୍ବନାର ବିଷୟ ପୋଲିସ ସେହି ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ନିଜ କବଜା କୁ ନନେଇ, କେବଳ ଗାଦିମାଡି ବସିଯାଇଥିଲେ l ଗ୍ରାମବାସୀ ମାନଙ୍କ ଆପତ୍ତିଅଭିଯୋଗ କୁ ଗୁରୁତ୍ୱ ନଦେଇ ପୋଲିସ ପ୍ରଶାସନ କେବଳ ଲୋକଦେଖାଣିଆ ଅନୁସନ୍ଧାନ କରିଦେଇ ଚୁପ ହୋଇ ବସିପଡିଲେ l ଯାହାଫଳରେ ଚୋରମାନେ ନିରାପଦରେ ଖସିଗଲେ l କଣ୍ଟାପଡା ରେ ଯେଉଁ ଲୋକମାନଙ୍କ ଘର ପାଖକୁ କୁକୁର ଯାଇଥିଲା, ଆଜିପର୍ଯ୍ୟନ୍ତ ସେମାନେ ଫେରାର ଅଛନ୍ତି l ପରବର୍ତ୍ତୀ ସମୟରେ ଏ ସମ୍ପର୍କରେ ଥାନା ଅଧିକାରୀ ମାନଙ୍କୁ ଯେତେ ଆପତ୍ତିଅଭିଯୋଗ କଲେ ମଧ୍ୟ ତଦନ୍ତଚାଲିଛି, ଖୁବଶୀଘ୍ର ସବୁ ଧରାହୋଇଯିବେ ବୋଲି ପୋଲିସ କହୁଥିଲା ବେଳେ, ବାସ୍ତବ କ୍ଷେତ୍ରରେ ପୋଲିସ ପ୍ରଶାସନ ଏହାକୁ ଗୁରୁତ୍ବ ଦେବାଭଳି ମନେ ହେଉନାହିଁ l ଯାହା ଫଳରେ ପୋଲିସ ଉପରେ ସାଧାରଣ ଲୋକମାନଙ୍କ ଆଶା ଭରସା, ଆସ୍ଥା ଓ ବିଶ୍ୱାସ ରହୁନାହିଁ l ଯେଉଁଠି ଠାକୁର ଙ୍କର ଧନସମ୍ପତି ଅସୁରକ୍ଷିତ ସେଠି ସାଧାରଣଲୋକମାନେ, କେତେଦୂର ସୁରକ୍ଷିତ ଓ ନିରାପଦ ରହିପାରିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଜଗତସିଂହପୁର ଜିଲ୍ଲାର ଏସ ପି ଏହି ମନ୍ଦିରଚୋରଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହିତ ଚୋରୀ ଜିନିଷ ର ଉଦ୍ଧାର କରିବା ନିମନ୍ତେ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଦାବୀ jsକରିଅଛନ୍ତି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
