April 24, 2026

ନାଲ୍‌କୋ ଠିକା ଶ୍ରମିକ ସମନ୍ବୟ ସମିତିର ଦାବି ପୂରଣ ନହେଲେ ଆସନ୍ତା ୨୬ରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟ ରୋକ୍ ଆନ୍ଦୋଳନ

IMG-20251122-WA0018
Share

 

 

 

ଅନୁଗୋଳ: ୨୨/୧୧/୨୦୨୫( ଅନୁଗୋଳ ରୁ ଅଜିତ୍ କୁମାର ଭୋଇ ଙ୍କ ରିପୋର୍ଟ ଉପାନ୍ତ ଖବର)ନାଲକୋ ଠିକା ଶ୍ରମିକ ସମନ୍ବୟ ସମିତି ପକ୍ଷରୁ ନାଲକୋ ସିପିପି ପ୍ଲାଣ୍ଟ ଗେଟ ସମୁଖରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟରତ ଠିକା ଶ୍ରମିକଙ୍କୁ ବିନା କାରଣରେ ଛଟେଇ ଓ ବିଭିନ୍ନ ସମସ୍ୟାକୁ ନେଇ ବାରମ୍ବାର ନାଲକୋ ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିଲା ନାହିଁ ।ଯାହା ଫଳରେ ଆଜି ସକାଳ ୭.୧୫ମି ରେ ସାଧାରଣ ସଭା ମାଧ୍ୟମରେ ଠିକା ଶ୍ରମିକ ଭାଇ ଭଉଣୀ ମାନଙ୍କୁ ଅବଗତ କରାଇଥିଲେ । ମିଳିଥିବା ସୂଚନା ଅନୁଯାୟୀ ଗତ ୧୭ ତାରିଖରେ ନାଲକୋ କାରଖାନାରେ କାର୍ଯ୍ୟ କରୁଥିବା ଏସ୍.ଟି.ପି ସିଭିଲର ବିଭାଗର ୭ଜଣ ଶ୍ରମିକଙ୍କୁ ବିନା କୌଣସି ଭୁଲ ନଥାଇ ବା କୌଣସି ପ୍ରକାର ସୂଚନା ନଦେଇ,ଫାଟକ ନବୀକରଣ ନକରି କାର୍ଯ୍ୟରୁ ନିବୃତ କରିଛନ୍ତି ।ଏହା ଦ୍ଵାରା ଠିକା ଶ୍ରମିକଙ୍କୁ ଏକ ପ୍ରକାର ମାନସିକ ଚାପ ଓ ଆର୍ଥିକ ଚାପ ପକାଉଛି ।ତେବେ ଶ୍ରମିକଙ୍କ ଦାବି ପୂରଣରେ ନାଲକୋ କର୍ତ୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଆସନ୍ତା ୨୫ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ୨୬ ତାରିଖରେ ପ୍ଲାଣ୍ଟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟରୋକ୍ ଆନ୍ଦୋଳନ ଲାଗି ଚେତାବନୀ ଦିଆଯିବା ସହ ନାଲକୋ ଅଧ୍ୟକ୍ଷଙ୍କୁ ଅନୁଗୋଳ ଗ୍ରସ୍ତଙ୍କୁ ତୀବ୍ର ବିରୋଧ କରାଯିବାକୁ ଅବଗତ କରାଯାଇଥିଲା I