March 12, 2026

ଦିଲ୍ଲୀ ବିସ୍ଫୋରଣ ମାମଲାରେ ଆଉ ୪ ଡାକ୍ତର ଗିରଫ, ଷଡ଼୍‌ଯନ୍ତ୍ରରେ ଜଡ଼ିତ ଥିବା ନେଇ ଏନଆଇଏର ଦାବି

IMG-20251121-WA0004
Share

 

ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଛିଡ଼ା ହୋଇଥିଲା ‘ଡବ୍ଲୁସିଟିଏମ୍’ ମଡ୍ୟୁଲ୍

 

 

ଦିଲ୍ଲୀ ବିସ୍ଫୋରଣ ମାମଲା, ଏନଆଇଏ ଦ୍ୱାରା ଆଉ ୪ ଅଭିଯୁକ୍ତ ଗିରଫ । ଏନଆଇଏର ସୂଚନାନୁସାରେ, ଗିରଫ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣ ଜମ୍ମୁ ଓ କାଶ୍ମୀରର ବାସିନ୍ଦା ହୋଇଥିବାବେଳେ ଜଣେ ଅଭିଯୁକ୍ତ ଉତ୍ତର ପ୍ରଦେଶରୁ । ଧରାପଡ଼ିଥିବା ଅଭିଯୁକ୍ତ ସମସ୍ତେ ଡାକ୍ତର । ଅଭିଯୁକ୍ତମାନେ ବିସ୍ଫୋରଣ ଷଡ଼୍‌ଯନ୍ତ୍ରରେ ସିଧାସଳଖ ଜଡ଼ିତ ଥିବା ନେଇ ଏନଆଇଏ ଦାବି କରିଛି । ଏହି ମାମଲାରେ ଆହୁରି ଅଧିକ ତଥ୍ୟ ଏକାଠି କରିବା ପାଇଁ ଏନଆଇଏ ବର୍ତ୍ତମାନ ଗିରଫ ହୋଇଥିବା ବ୍ୟକ୍ତିମାନଙ୍କୁ ପଚରାଉଚରା କରୁଛି ଏବଂ ବିସ୍ଫୋରଣ ପଛରେ ଥିବା ସମ୍ପୂର୍ଣ୍ଣ ନେଟୱର୍କକୁ ଠାବ କରିବାକୁ ଚେଷ୍ଟା କରୁଛି ।

 

 

ଅଧିକ ତଦନ୍ତ ଜାରି ରହିଛି ଏବଂ ଏହି ଘଟଣାରେ ଆହୁରି ଅନେକ ଲୋକଙ୍କୁ ଗିରଫ କରାଯାଇପାରେ ବୋଲି ଅନୁମାନ କରାଯାଉଛି । ଏନଆଇଏ ଅଭିଯୁକ୍ତମାନଙ୍କୁ ପୁଲୱାମାର ଡାକ୍ତର ମୁଜାମ୍ମିଲ ଶକିଲ , ଅନନ୍ତନାଗର ଡାକ୍ତର ଆଦିଲ ଅହମ୍ମଦ ରାଥେର, ଶୋପିଆନର ମୁଫତି ଇରଫାନ ଅହମ୍ମଦ ୱାଗେଇ, ଏବଂ ଲକ୍ଷ୍ନୌର ଡାକ୍ତର ଶାହିନ ସଇଦ ଭାବରେ ଚିହ୍ନଟ କରିଛି । ଏନଆଇଏର ତଦନ୍ତ ଅନୁସାରେ, ଚାରିଜଣ ଆତଙ୍କବାଦୀ ଦିଲ୍ଲୀ ବ୍ଲାଷ୍ଟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଯେଉଁଥିରେ ଅନେକ ନିର୍ଦ୍ଦୋଷ ବ୍ୟକ୍ତି ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ ।

 

ଦିଲ୍ଲୀ ବିସ୍ଫୋରଣ ପାଇଁ ନିଜକୁ ଦୀୟୀ କଲା ଆତଙ୍କବାଦୀ ସଂଗଠନ ଜୈସ-ଉଲ-ହିନ୍ଦ: ବିସ୍ଫୋରଣ ପୂର୍ବରୁ ରେକି କରିଥିଲେ ଆତଙ୍କୀ, ବନ୍ଦ ପଡିଥିଲା ସିସିଟିଭି