April 29, 2026

ତିର୍ତୋଲ ମଣ୍ଡଳ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ

IMG-20251121-WA0002
Share

 

ତିର୍ତ୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ l

 

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଜଗନ୍ନାଥପୁର ତିରଣ ଠାରେ ମଣ୍ଡଳ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ସୁଶାନ୍ତ କୁମାର ନାୟକ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ଜେନା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ବ୍ଲକର ବିଜ୍ଞାନ ସମନ୍ୱୟ କମିଟି ର ସମ୍ପାଦକ ଶ୍ରୀଯୁକ୍ତ କମଳ କୁମାର ପଣ୍ଡା ଏହି କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ବେହେରା ଙ୍କ ନିର୍ଦ୍ଦେଶରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ତିର୍ତ୍ତୋଲ ମଣ୍ଡଳର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବାବୁଲି ସ୍ୱାଇଁ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ l ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଅଭୟ କୁମାର ଜେନା ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ସ୍ଥାନୀୟ ସିଆରସିସି ସୁଶାନ୍ତ କୁମାର ବେହେରା ଛାତ୍ରଛାତ୍ରୀ ମାନଙ୍କ ପ୍ରତିଯୋଗୀ ମନଭାବକୁ ସାଧୁବାଦ ଜଣାଇଥିଲେ l ଏହି କୁଇଜ ପ୍ରତିଯୋଗିତା ବରିଷ୍ଠ, ଉପ କନିଷ୍ଠ ଓ କନିଷ୍ଠ ଭାବରେ ଅନୁଷ୍ଠିତ ହୋଇଥିବା ବେଳେ,ବ୍ଲକ ର ସମସ୍ତ ବିଦ୍ୟାଳୟ ରୁ ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତା ରେ ଭାଗ ନେଇଥିଲେ l କୁଇଜ ପ୍ରଶ୍ନ ତିଆରି ଓ ପ୍ରତିଯୋଗିତା ସଂଚାଳନ କରିବାରେ ପ୍ରସନ୍ନ କୁମାର ବିଶ୍ୱାଳ,ରଞ୍ଜନ କୁମାର ପ୍ରଧାନ,ଆନନ୍ଦ ସାଗର ପଣ୍ଡା,ଶିବ ଶଙ୍କର ସାମଲ,ପ୍ରତାପ ଚନ୍ଦ୍ର ଦାସ, ଦୀପକ କୁମାର ବିଶ୍ୱାଳ,ପ୍ରଣବ କୁମାର ସାହୁ,ରାଜେଶ କୁମାର ଖଟୁଆ,ଚିତ୍ତରଞ୍ଜନ ଦାସ,ଶୁଭଲକ୍ଷ୍ମୀ ବୋଡିକିଆ,ଆଲୋକ ମହାପାତ୍ର, ମଧୁସ୍ମିତା ମହାନ୍ତି,ଶୁଭସ୍ମିତା ତରାଇ,ସ୍ମୃତିରଞ୍ଜନ ନାୟକ,ସୁଶାନ୍ତ କୁମାର ବେହେରା,ତଥା ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ ।

You may have missed